spot_img

Latest Posts

ଅବଦୁଲ କଲାମ ଦ୍ବୀପରୁ ‘SMART’ର ସଫଳ ପରୀକ୍ଷଣ

ବାଲେଶ୍ୱର: ସଫଳତାର ସହିତ ପରୀକ୍ଷା ହେଲା Supersonic Missile Assisted Release of Tropedo (SMART) । ଅବଦୁଲ କଲାମ ଦ୍ବୀପରୁ ଆଜି ସକାଳେ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣର ସଫଳତା ନେଇ ସୂଚନା ଦେଇଛି ଡିଆରଡିଓ। SMART ମିସାଇଲରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଟର୍ପେଡ଼ୋକୁ ସଫଳତାର ସହିତ ଶତୃପକ୍ଷର ବୁଡା ଜାହାଜ ପର୍ଯ୍ୟନ୍ତ ନିକ୍ଷେପ କରାଯାଇ ପାରିବ। ଏହି ଟର୍ପେଡ଼ୋ ଇଜେକ୍ସନ ସିଷ୍ଟମ୍ ହାଲୁକା ହୋଇଥିବାରୁ ଏହା ଦୀର୍ଘତମ ରାସ୍ତା ଅତିକ୍ରମ କରି ସମୁଦ୍ର ଭିତରେ ଥିବା ଶତୃପକ୍ଷର ବୁଡା ଜାହାଜକୁ ଟାର୍ଗେଟ କରି ଧ୍ୱଂସ କରିପାରିବ।

ଆଜିର ପରୀକ୍ଷାରେ ପ୍ରଥମେ ସ୍ଥଳଭାଗରୁ SMART ମିସାଇଲ ମାଧ୍ୟମରେ ଟର୍ପେଡ଼ୋକୁ ସମୁଦ୍ର ଭିତରକୁ ଉତକ୍ଷେପଣ କରାଯାଇଥିଲା। SMART ଟର୍ପେଡ଼ୋକୁ ନିର୍ଦ୍ଧାରିତ ସ୍ଥାନରେ ସଫଳତାର ସହିତ ଇଞ୍ଜେକ୍ସନ କରିଥିଲା। ସେଠାରୁ ବୁଡା ଜାହାଜକୁ ଧ୍ବଂସ କରିବାର କ୍ଷମତା ରଖିଥିବା ଟର୍ପେଡ଼ୋ ଇଲେକ୍ଟ୍ରୋନିକ୍ସ ଟାର୍ଗେଟରେ ପହଞ୍ଚିଥିବା ଜଣା ପଡିଛି। ଡିଆରଡିଓ ଦ୍ବାରା ନିର୍ମିତ ଏହି SMART ମିସାଇଲର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ବୈଜ୍ଞାନିକ ମାନଙ୍କୁ ସୁଭେଚ୍ଛା ଜଣାଇଛନ୍ତି ।

Latest Posts

Don't Miss