spot_img

Latest Posts

ଶ୍ରୀମନ୍ଦିର ରୋଷଘର ଏବଂ ସ୍ୱର୍ଗଦ୍ୱାର ପାଇଁ ବାଲୁଖଣ୍ଡରୁ ଆସିବ ‘ବାତ୍ୟା’ କାଠ

ଭୁବନେଶ୍ୱର: ଲୋକସେବା ଭବନରେ ରାଜ୍ୟ ବନ୍ୟପ୍ରାଣୀ ପରିଷଦ ସ୍ଥାୟୀ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।ବୈଠକରେ ବିସ୍ତୃତ ଆଲୋଚନା ଏବଂ ପର୍ଯ୍ୟୋଲଚନା ପରେ କେନ୍ଦ୍ର ସରକାରଙ୍କ ନିକଟକୁ କେତକ ପ୍ରସ୍ତାବ ସୁପାରିସ୍ କରାଯାଇଛି । ବାତ୍ୟା ‘ଫନି’ରେ ବାଲୁଖଣ୍ଡ ଓ କୋଣାର୍କ ଅଭୟାରଣ୍ୟରେ ପ୍ରାୟ ୨୦ ଲକ୍ଷ ଗଛ ନଷ୍ଟ ହୋଇଛି । ଏସବୁ ଗଛର କାଠ ପୁରୀ ଶ୍ରୀମନ୍ଦିର ଓ ସ୍ୱର୍ଗଦ୍ୱାରକୁ ପଠାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ନନ୍ଦନକାନରେ ରୋପ ୱେ ବା ଝୁଲାପୋଲ ନିର୍ମାଣ ପାଇଁ ୩୬ଟି ଗଛ କଟାଯିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।ରାଜ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ସମୃଦ୍ଧି ପାଇଁ ଉପୁଜିଥିବା ସମସ୍ୟା ଗୁଡ଼ିକର ଆଶୁ ସମାଧାନ ନିମନ୍ତେ ସମୟୋପଯୋଗୀ ପଦକ୍ଷେପ ନେବା ପାଇଁ ରାଜ୍ୟ ବନ୍ୟପ୍ରାଣୀ ପରିଷଦର ୨୦୧୪ ଫେବ୍ରୁଆରୀ ୧୧ରେ ଅନୁଷ୍ଠିତ ତୃତୀୟ ବୈଠକ ନିଷ୍ପତ୍ତି କ୍ରମେ ଏହି କମିଟି ସଂସ୍ଥାପିତ ହୋଇଛି ।

Latest Posts

Don't Miss