spot_img

Latest Posts

ଇଣ୍ଡିଜ୍ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା, ଭୁବନେଶ୍ୱର କୁମାରଙ୍କ ବଦଳରେ ଟିମରେ ଶାର୍ଦୁଲ ଠାକୁର

ଚେନ୍ନାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତ ଗସ୍ତରେ ଆସିଥିବା ଭ୍ରମଣକାରୀ ଦଳ ଇଣ୍ଡିଜ୍ ୩ଟି ଦିନିକିଆ ଖେଳିବ । ଏଥିପାଇଁ ୧୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଟିମରେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ମୟଙ୍କ ଅଗ୍ରୱାଲ, କେଏଲ୍ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ଥ(ୱିକେଟ କିପର), କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ଶାମି, ଶାର୍ଦୁଲ ଠାକୁର ଅଛନ୍ତି ।ଅସୁସ୍ଥତା କାରଣରୁ ଦଳରୁ ଭୁବନେଶ୍ୱର କୁମାର ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦଳରେ ଶାର୍ଦୁଲ ଠାକୁରଙ୍କୁ ସ୍ଥାନିତ କରିଛି ଅଲ୍ ଇଣ୍ଡିଆ ସିନିୟର କମିଟି । ପ୍ରଥମ ଏକଦିବସୀୟ ମ୍ୟାଚ୍ ଆସନ୍ତାକାଲି ଚେନ୍ନାଇର ଏମ୍.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ଭାରତ-ଇଣ୍ଡିଜ୍ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯାଇଥିଲା । ଯାହାକୁ ଭାରତ ୨-୧ରେ ଜିତି ନେଇଥିଲା । ଏବେ ଟି-ଟ୍ୱେଣ୍ଟି ପରେ ଭାରତ ଦିନିକିଆ ସିରିଜ୍ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ।

https://nandighoshatv.comoffline-ticket-sale-will-open-from-19-to-20-dec/

Latest Posts

Don't Miss