ସୁନ୍ଦରଗଡ଼ : ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ପୁଣି ଆଉ ଥରେ ଅପଦସ୍ତ ହୋଇଛନ୍ତି। ଦୁଇ ଦିନ ତଳେ ଜଣେ ଯୁବ ଭୋଟର ପାଞ୍ଚ ବର୍ଷର ହିସାବ ମାଗିଲା ବେଳେ କୁସୁମ ଟେଟେ ରାଗିଯାଇଥିଲେ। ଏବେ ପୁଣି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କୁସୁମ ଟେଟେ ପୁଣି ଥରେ ଅପଦସ୍ତ ହୋଇଥିବା ନଜର ଆସିଛନ୍ତି।
ନିର୍ବାଚନୀ ସଭାରେ ଅଶୋକ ସା ନାମକ ଜଣେ ଯୁବକ ସିଧା ସଳଖ ପ୍ରଶ୍ନ କରିଥିଲେ ୨୦୧୯ରେ ନଡିଆ ବାଡେଇଥିଲ ସେ ପଡ଼ିଆ କୁଆଡେ ଗଲା। ନିର୍ବାଚନୀ ପ୍ରଚାର ପାଇଁ ସୁନ୍ଦରଗଡ଼ ବିଧାୟିକା ତଥା ବିଜେପି ପ୍ରାର୍ଥୀ କୁସୁମ ଟେଟେ ଗାଁକୁ ଗାଁ ବୁଲୁଛନ୍ତି। ଏହି ସମୟରେ ଅନେକ ସ୍ଥାନରେ ଭୋଟର ତାଙ୍କୁ ୫ ବର୍ଷର ହିସାବ ମାଗୁଛନ୍ତି।

