spot_img

Latest Posts

ନିର୍ବାଚନ ପୂର୍ବରୁ ୨ଟି ଆତଙ୍କବାଦୀ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ। ସୋମବାର ଭୋଟ ହେବାକୁ ଥିବାବେଳେ ହୋଇଛି ଆତଙ୍କୀ ହମଲା। ଦୁଇ ଦୁଇଟି ଆତଙ୍କୀ ହମଲା ଖବରକୁ ଆସିଛି। ସୋପିଆଁର ହୀରପୋରା ଅଂଚଳରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ଯା କରିଛନ୍ତି ଆତଙ୍କୀ। ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ଅହମ୍ମଦଙ୍କୁ ଗୁଳି ମାଡ଼ କରିଥିଲେ ଆତଙ୍କୀ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି। ସେପଟେ ଅନନ୍ତନାଗ ପହଲଗାମରେ ଘଟିଥିଲା ଆଉ ଏକ ଆତଙ୍କୀ ହମଲା। ଏକ ଟୁରିଷ୍ଟ ଦମ୍ପତି ଉପରେ ଗୁଳି ବର୍ଷାଇଥିଲେ ଆତଙ୍କୀ। ଗୁଳିମାଡ଼ରେ ରାଜସ୍ଥାନ ଜୟପୁରର ଏକ ପର୍ଯ୍ୟଟକ ଦମ୍ପତ୍ତି ଗୁରୁତର ହୋଇପଡ଼଼ିଥିଲେ। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ଉଭୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆତଙ୍କୀ ହମଲାର ସୂଚନା ପରେ ଅପରେସନକୁ ଜୋରଦାର କରିଛି ପୋଲିସ ଓ ସେନା। ଗୁଳିକାଣ୍ଡ ପରେ ଅଂଚଳରେ ଘେରାବନ୍ଦୀ କରିଛି ପୋଲିସ। ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଚି। ଆତଙ୍କୀ ହମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଭିନ୍ନ ଦଳର ନେତା। ଆସନ୍ତାକାଲି ଭୋଟ ହେବାକୁ ଥିବାବେଳେ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି।

Latest Posts

Don't Miss