spot_img

Latest Posts

ଜାମିନ୍ ଅବଧି ବଢାଇବା ପାଇଁ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଉ ସପ୍ତାହେ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ସ୍ୱାସ୍ଥ୍ୟଗତ କାରଣ ଜଣାଇ ଅନ୍ତରୀଣ ଜାମିନ୍ ବଢାଇବାକୁ ସୁପ୍ରିମକୋର୍ଟରେ ଆବେଦନ କଲେ କେଜ୍ରିୱାଲ। ଜାମିନ୍ ଅବଧି ବଢାଇବା ପାଇଁ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏନେଇ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ଅନ୍ତରୀଣ ଜାମିନ୍ ଅବଧିକୁ ଆହୁରି ୭ ଦିନ ବଢାଇବା ପାଇଁ ଅବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ତିହାର ଜେଲ୍ ଯାଇଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ନିଜ ଗରିଫଦାରୀ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଅବେଦନ କରିଥିଲେ ।
ମାମଲାର ଶୁଣାଣି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ।

ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ କେଜ୍ରିୱାଲଙ୍କୁ ଅନୁମତି ପ୍ରଦାନ କରିଥିଲେ କୋର୍ଟ । ଆସନ୍ତା ୧ ତାରିଖରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୁହାଯାଇଥିଲା । ଏହା ପୂର୍ବରୁ ଜାମିନ୍ ଅବଧି ୭ ଦିନ ବଢାଇବା ପାଇଁ ଆବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

Latest Posts

Don't Miss