spot_img

Latest Posts

ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ, ଜନତା ଠିକ୍ ଜବାବ ଦେବେ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ଓଡ଼ିଶା ବାସୀ ଜାଣିଛନ୍ତି ଓଡ଼ିଶାରେ ବିଜେପିର ସ୍ଥିତି କିଛି ନାହିଁ। ତୃତୀୟ ପର୍ଯ୍ୟାୟ ପରେ ଲୋକଙ୍କ ଆଶିର୍ବାଦରେ ବିଜେଡ଼ି ବହୁମତ ପାଇ ସାରିଛି। ବିଜେଡ଼ି ସୁଇପ କରିବ, ୯୦-୯୫ ଷ୍ଟାଇକ ରେଟ୍ ହେବ। ଯାଜପୁର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜରେ ବିଜେଡି ଭଲ କରିବ।

ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଉପରେ ପାଣ୍ଡିଆନ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଯେ, ଓଡ଼ିଶାକୁ ବାହାରୁ ବହୁତ ନେତା ଆସୁଛନ୍ତି, ଭଲ କଥା। ଓଡ଼ିଶାକୁ ଆସିବା ପାଇଁ ସେମାନଙ୍କୁ ସ୍ଵାଗତ। ହେଲେ ସେମାନେ ଓଡ଼ିଶା ଆସି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି। ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ । ମତେ ଗାଳି କି ଆକ୍ରମଣ କଲେ କିଛି ପ୍ରଭାବ ପଡ଼ିବ ନାହିଁ। ମୁଁ ବହୁତ ଖୁସୀ ଅଛି । ମୋତେ ଯଦି ଗାଳି ଦେଲେ ତାହାର ଜବାବ ଓଡ଼ିଶାବାସୀ ଦେବେ । ଓଡିଶାର ସବୁ ଯୋଜନା 5Tରେ ହେଉଛି, ସେମାନେ ଏଇଟା ଜାଣିଛନ୍ତି। ମତେ ଗାଳି ଦେଲେ ଲୋକ ବୁଝିବେ।

୨୦୧୯ ପରଠୁ ଓଡ଼ିଶାରେ ବହୁତ ଭଲ କାମ କରାଯାଇଛି। 5T ଘୋଷଣା ପରେ ସବୁ କାମ ଭଲ ହୋଇଛି। କୋଭିଡ ବେଳେ ଓଡ଼ିଶାବାସୀ ମାଗଣା ଚିକିତ୍ସା ପାଇଛନ୍ତି। ଏହାସହ ଅନେକ ଯୋଜନା ଲୋକଙ୍କ ହୃଦୟକୁ ଛୁଇଁଛି। ଏବେ ସ୍କୁଲ, କଲେଜଠୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ସବୁ କିଛି ରୂପାନ୍ତରିକରଣ ହେଉଛି। ଖାଲି ଏତିକି ନୁହେଁ 5T ଓ ମୋ ସରକାର ଦ୍ୱାରା ଜନତା ଉପକୃତ ହେଉଛନ୍ତି । ବିଜେଡ଼ି ଲୋକଙ୍କ ସରକାର ବୋଲି ସେ ପ୍ରକାଶ କରିଛନ୍ତି ।

Latest Posts

Don't Miss