spot_img

Latest Posts

ଖୋର୍ଦ୍ଧା ବୁଥର ଭିଡିଓ ଭାଇରାଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ CEO

ଖୋର୍ଦ୍ଧା: ୨୫ ତାରିଖ ନିର୍ବାଚନ ବେଳେ ଖୋର୍ଦ୍ଧାର ବେଗୁନିଆ ନିର୍ବାଚନ ମଣ୍ଡଳୀ ୧୧୪ ନମ୍ବର ବୁଥର ଏକ ଭିଡିଓ ଭାଇରାଲ ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ଏହି ଭିଡିଓଟି କେମିତି ବାହାରକୁ ଆସିଲା, ତାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଖୋର୍ଦ୍ଧା DEO ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭୋଟିଂର ୱେବ କାଷ୍ଟିଂ ହେଉଥିଲା। ତେଣୁ କଣ୍ଟ୍ରୋଲ ରୁମ୍ ଦାୟିତ୍ଵରେ ଥିବା DEOଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସିିିଇଓଙ୍କ ନିର୍ଦ୍ଦେଶନାମା ଅନୁସାରେ ୧୧୪ ନମ୍ବର ବୁଥର ଭିଡିଓ ସୋସିଆଲ ମିଡିଆ ଓ କେତେକ ଗଣମାଧ୍ଯମରେ ପ୍ରସାରିତ ହୋଇଥିଲା। ଏହି ଭିଡିଓ କେମିତି ବାହାରକୁ ଆସିଲା, କିଏ ଭାଇରାଲ କରାଇଥିଲା, ତାର ତଦନ୍ତ କରିବାକୁ ସିଇଓ ନିିର୍ଦ୍ଦେଶ ଦେଇଛନ୍ତି। ଏହି ବୁଥ୍ ରେ ବିଜେପିର ବିଧାୟକ ପ୍ରାର୍ଥୀ ଇଭିଏମ୍ ହୋଡିଂ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଥିଲା।

ଏପରିକି ପ୍ରିଜାଇଡିଂ ଅଫିସରଙ୍କୁ ସେ ଧମକ ଚମକ ଦେବାର ଅଭିଯୋଗ ହୋଇଥିଲା। ପ୍ରିଜାଇଡିଂ ଅଫିସରଙ୍କ ଏତଲା ପରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରି ପୋଲିସ ଜେଲ୍ ପଠାଇଛି। ତାଙ୍କୁ ଜାମିନ ମିଳିନାହିଁ।

Latest Posts

Don't Miss