spot_img

Latest Posts

ଆହୁରି ୩ ଦିନ ଯାଏଁ କଲବଲ କରିବ ଗରମ ଗୁଳୁଗୁଳି

ଭୁବନେଶ୍ୱର : ଆହୁରି ୩ ଦିନ ଯାଏଁ ଗରମ ଗୁଳୁଗୁଳିର ପ୍ରଭାବ। ରାଜ୍ୟରେ ଏବେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୁତ ହେଉଛି। ପଶ୍ଚିମ ଦିଗରୁ ବହୁଥିବା ଗରମ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ତାତି ଅସମ୍ଭାଳ ହେବାରେ ଲାଗିଛି। ଗତକାଲି ବୌଦ୍ଧରେ ଦିନ ତାପମାତ୍ରା ୪୫.୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ,  ସୋନପୁରରେ ଏବଂ ଟିଟିଲାଗଡ଼ରେ ଯଥାକ୍ରମେ ୪୫.୩ ଓ ୪୫ ଡିଗ୍ରୀ ରେକର୍ଡ଼ କରାଯାଇଥିଲା। ସେହିପରି ୧୦ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ଓ ୧୭ ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଦିନ ତାପମାତ୍ରା ଠାରୁ ଆହୁରି ଯନ୍ତ୍ରଣାଦାୟକ ଉଷ୍ମ ରାତି  ଏବଂ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହିବା ହେତୁ ଉପକୂଳ ଠାରୁ ପଶ୍ଚିମ ଓଡ଼ିଶା ଯାଏଁ ଭୀଷଣ ଗୁଳୁଗୁଳିର ପ୍ରଭାବ ରହିଛି। ଏପରି ପାଗ ଆହୁରି ୨-୩ ଦିନ ଯାଏଁ ଜାରି ରହିବ। ଆଜି ମଧ୍ୟ ପଶ୍ଚିମ ଓଡ଼ିଶାର ଅନେକ ସହରର ଦିନ ତାପମାତ୍ରା ୪୩. ଡିଗ୍ରୀ ଉପରେ ରହିବା ସହ କେତେକ ସ୍ଥାନରେ ୪୫ ଡିଗ୍ରୀ ମଧ୍ୟ ଅତିକ୍ରମ କରିବା ସହ ଉପକୂଳ ତଥା ଏହାର ସଂଲଗ୍ନ ଜିଲ୍ଲାରେ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି।

Latest Posts

Don't Miss