spot_img

Latest Posts

ମେ ମାସର ଶେଷ ଦିନରେ କମିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର: ମେ ମାସ ଶେଷ ଦିନରେ ଭୁବନେଶ୍ୱରରେ କ୍ରମାଗତ ଦ୍ୱିତୀୟ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇଛି। ଶୁକ୍ରବାର ଦିନ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦.୮୯ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୨.୪୭ ଟଙ୍କା ରେକର୍ଡ କରାଯାଇଛି।

ଆଜି କଟକରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୧୮ ଟଙ୍କା ଏବଂ ଡିଜେଲ ମୂଲ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ଲିଟର ପିଛା ୯୨.୭୬ ଟଙ୍କା ରେକର୍ଡ କରାଯାଇଛି।

ଭାରତର ପ୍ରମୁଖ ସହରଗୁଡିକର ପେଟ୍ରୋଲ ମୂଲ୍ୟ ନିମ୍ନଲିଖିତ ଭାବରେ ରେକର୍ଡ କରାଯାଇଛି । ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କା, କୋଲକାତାରେ ଲିଟର ପିଛା ୧୦୩.୯୪ ତେଲ ଦର ରହିଛି । ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ୧୦୪.୨୧ ଓ ଚେନ୍ନାଇରେ ଲିଟର ପିଛା ୧୦୦.୮୫ ଟଙ୍କା ରହିଛି ।

ଭାରତର ପ୍ରମୁଖ ସହରଗୁଡ଼ିକରେ ଡିଜେଲ ମୂଲ୍ୟ ରେକର୍ଡ କରାଯାଇଛି । ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୭.୬୨ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୦.୭୬ଟଙ୍କା ରହିଛି। ମୁମ୍ବାଇରେ ଲିଟର ପିଛା ୯୨.୧୫ ଏବଂ ଚେନ୍ନାଇରେ ଲିଟର ପିଛା ୯୨.୪୩ ଟଙ୍କା ଦର ରହିଛି  ।

Latest Posts

Don't Miss