spot_img

Latest Posts

ମନମୋହୁଛି ଆଦ୍ୟାଶାଙ୍କ ନିଖୁଣ ଚିତ୍ର

ନନ୍ଦିଘୋଷ ବ୍ୟୁରୋ: ସମୟର ସଦୁପଯୋଗ କରି ସଫଳ ଚିତ୍ରକର। ତାଙ୍କର ଚିତ୍ର, କେଉଁ  ପେସାଦାର ଚିତ୍ରକରଙ୍କ ଠାରୁ କମ ନୁହଁ। ନିଖୁଣ ଏବଂ ମର୍ଜିତ ଚିତ୍ର କରି ଚର୍ଚ୍ଚାରେ ବାସୁଦେବପୁର ଦେଉଳିର ଆଦ୍ଯାଶା ଦାସ । ପିଲାଦିନୁ ରହିଛି ଚିତ୍ରକଳା ପ୍ରତି ଦୁର୍ବଳତା। ବଜ ହେଲେ ଲୋକପ୍ରିୟ ଚତ୍ରକର ହେବାର ଲକ୍ଷ୍ଯ ।

ଦିନ  ଆଉ, ସାଙ୍ଗ ସାଥୀଙ୍କ ପାଖରେ ନୁହେଁ । ଦିନ ବିତୁଛି ଚିତ୍ରକଳାରେ। ଟିକିଏ ସମୟ ମିଳିଲେ, ରଙ୍ଗ ତୁଳୀ ପାଖରେ ଅଟକିଯାଏ ମନ। ପାଖରେ ଭଳିକି ଭଳି ତୁଳୀ ସହିତ ରଙ୍ଗ ବେରଙ୍ଗର ପେନସିଲ୍ ଓ ସ୍କେଚପେନ ରହିଛି । ସ୍ମାର୍ଟ ଫୋନରୁ ଫଟୋ ଦେଖି ନିଖୁଣ ଭାବେ ଆଙ୍କି  ଚିତ୍ର ଆଙ୍କି ଚାଲିଛନ୍ତି ବାସୁଦେବପୁର ଦେଉଳିର ଆଦ୍ଯାଶା ଦାସ। ସେ ଆଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ। ନୀରଜ ଚୋପ୍ରା, ସୁବାସ ଚନ୍ଦ୍ର ବୋଷ, ଭଗତ ସିଂହ, ଚନ୍ଦ୍ର ଶେଖର ଆଜାଦ, ୟୁଟୁବର  କେରି ମିନାଟୀ ଙ୍କ ସହ ପଶୁ ପକ୍ଷୀ ଓ ପରିବେଶକୁ ନେଇ ମଧ୍ଯ ସୁନ୍ଦର ଚିତ୍ର ଆଙ୍କିଛନ୍ତି। ପ୍ରତିଦିନ ଆର୍ଟ କରି ସେ ୟୁଟୁବ୍ ରେ ଅପଲୋଡ  କରୁଛନ୍ତି।

ଆଦ୍ଯାଶାଙ୍କ ବାପା ବସନ୍ତ କୁମାର ଦାସ ଜଣେ ଅଧ୍ୟାପକ। ବିଦ୍ୟାଳୟର ବିଭିନ୍ନ ଚିତ୍ର ପ୍ରତିଯୋଗିତାରେ କୃତ୍ତିତ୍ଵ ହାସଲ କରିଛନ୍ତି ଆଦ୍ଯାଶା। ଛୋଟ ବେଳୁ ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା। ତା ସହିତ ସମୟ ପାଇଲେ ମନକୁ ହାଲୁକା କରିବାକୁ ପିଆନୋ ମଧ୍ଯ ବଜାନ୍ତି। ଝିଅର ଆଗ୍ରହ ଦେଖି ସମସ୍ତ ଚିତ୍ର ସାମଗ୍ରୀ ଯୋଗାଇ ଦେଇଛନ୍ତି ବାପାମାଆ।  ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟସ୍ତରରେ ସମ୍ମାନିତ ହୋଇଛନ୍ତି ଆଦ୍ଯାଶା।

 

Latest Posts

Don't Miss