spot_img

Latest Posts

ଆତ୍ମହତ୍ଯା କଲେ ବରିଷ୍ଠ IPS ଅଧିକାରୀ ଶିଳାଦିତ୍ଯ ଚେଟିଆ

ନନ୍ଦିଘୋଷ ବ୍ୟୁରୋ: ପତ୍ନୀଙ୍କ ବିୟୋଗ ସହ୍ୟ କରିପାରିଲେନି। ଆତ୍ମହତ୍ଯା କଲେ ବରିଷ୍ଠ IPS ଅଧିକାରୀ ଶିଳାଦିତ୍ଯ ଚେଟିଆ। ପତ୍ନୀଙ୍କ ମୃତ୍ଯୁର ମାତ୍ର ୧୦ ମିନିଟ ମଧ୍ୟରେ ସର୍ଭିସ ରିଭଲଭରରୁ ନିଜକୁ ଗୁଳି କରି ଆତ୍ମହତ୍ଯା କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ଶିଳାଦିତ୍ୟ ଚେଟିଆ। କ୍ଯାନସରରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଶିଳାଦିତ୍ୟଙ୍କ ପତ୍ନୀ ଆଗମଣି ବାରବରୁଆଙ୍କ ଆଜି ପରଲୋକ ଘଟିଥିଲା। ସେତେବେଳେ ଆଇସିୟୁରେ ଥିଲେ ଶିଳାଦିତ୍ୟଙ୍କ ପତ୍ନୀ। ଏହାପରେ ସେହି ଆଇସିୟୁ ଭିତରେ ହିଁ ଶିଳାଦିତ୍ୟ ଆତ୍ମହତ୍ଯା କରିଥିଲେ। ପତ୍ନୀଙ୍କ ମୃତ୍ଯୁ ପରେ ପ୍ରାର୍ଥନା କରିବାକୁ କହି ଡାକ୍ତର ଏବଂ ଅନ୍ୟ ନର୍ସିଂ ଷ୍ଟାଫକୁ ବାହାରକୁ ଯିବାକୁ କହିଥିଲେ। ଏହାର ୧୦ ମିନିଟ ପରେ ଗୁଳି ଫୁଟିବା ଶବ୍ଦ ଶୁଭିଥିଲା। ଶିଳାଦିତ୍ୟ ଆତ୍ମହତ୍ଯା କରିଥିବା ଜଣାପଡିଥିଲା। ଦୀର୍ଘ ଦିନ ଧରି କ୍ଯାନସରରେ ପୀଡ଼ିତ ହୋଇ କଷ୍ଟ ପାଉଥିଲେ ଶିଳାଦିତ୍ୟଙ୍କ ପତ୍ନୀ। ପତ୍ନୀଙ୍କ ଚିକିତ୍ସା ଲାଗି ଗତ ୪ ମାସ ହେଲା ସେ ଛୁଟିରେ ଥିଲେ। ଗତ ଦୁଇ ମାସ ଧରି ଉଭୟ ହସ୍ପିଟାଲରେ ରହୁଥିଲେ। କିଛି ଦିନ ହେବ ଶିଳାଦିତ୍ୟଙ୍କ ପତ୍ନୀଙ୍କ ସ୍ଵାସ୍ଥାବସ୍ଥା ବିଗିଡି ଯାଇଥିଲା। ଆଜି ଅପରାହ୍ନ ସାଢେ ୪ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଆସାମ ଗୃହ ସଚିବ ଦାୟିତ୍ଵରେ ଥିଲେ ଶିଳାଦିତ୍ୟ ଚେଟିଆ। ୨୦୦୯ କ୍ଯାଡର ଆଇପିଏସ ହେଉଛନ୍ତି ଶିଳାଦିତ୍ୟ। ବରିଷ୍ଠ ଆଇପିଏସ ଶିଳାଦିତ୍ୟଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

Latest Posts

Don't Miss