spot_img

Latest Posts

ମାଇନିଙ୍ଗ ଅଧିକାରୀଙ୍କୁ ଅଟକ ରଖିଲେ ମାଫିଆ

ମୟୂରଭଞ୍ଜ: କପ୍ତିପଦା ଥାନା ବଡ଼ବିଶୋଳ ଛକରେ ହଟହଟା ହୋଇଛନ୍ତି ମାଇନିଂ ଅଧିକାରୀ। ବେଆଇନ ବାଲି ଚୋରା ଚାଲାଣ ବେଳେ ଫାଇନ ପକାଇବାରୁ ମାଇନିଂ ଅଧିକାରୀଙ୍କୁ ଅଟକ ରଖିଛନ୍ତି ମାଫିଆ। ଶନିବାର ସକାଳୁ ମାଇନିଂ ବିଭାଗର ମୟୂରଭଞ୍ଜ ଡେପୁଟି ଡାଇରେକ୍ଟ ଏବଂ ମାଇନିଂ ଅଧିକାରୀ ମିଳିତ ଭାବେ କପ୍ତିପଦା ଥାନା ଅଞ୍ଚଳରେ ଚଢ଼ାଉ କରିଥିଲେ।  ୩ ଟି ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଟ୍ରାକ୍ଟର ଧରିବା ସହିତ ସେମାନଙ୍କୁ ଫାଇନ କରିଥିଲେ। ମୋଟା ଅଙ୍କର ଫାଇନକୁ ବିରୋଧ କରି ବଡ଼ବିଶୋଳ ଛକ ନିକଟରେ ଗାଡି ସହିତ ଅଧିକାରୀଙ୍କୁ ଅଟକ ରଖିଥିଲେ ମାଫିଆମାନେ। ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ହେବ ଅଧିକାରୀଙ୍କ ଗାଡିକୁ ଅଟକ ରଖିଥିବା ବେଳେ ମୋଟା ଅଙ୍କର ଫାଇନ କଣ ପାଇଁ କରାଯାଉଛି ତାହାକୁ ନେଇ ଘେରିଛନ୍ତି ମାଫିଆ।

ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Latest Posts

Don't Miss