spot_img

Latest Posts

ଦିଲ୍ଲୀରେ ଦୀର୍ଘ ୮୮ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି ବର୍ଷା। ଦୀର୍ଘ  ୮୮ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା। ଗୋଟିଏ ଦିନରେ ଏତେ ପରିମାଣର ବର୍ଷା କେବେ ହୋଇ ନଥିବା ସୂଚନା ମିଳିଛି। ସେପଟେ ଆସନ୍ତା ୫ ଦିନରେ ପୁଣି ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେଣେ ଦିଲ୍ଲୀରେ ବର୍ଷାଜନିତ ମୃତ୍ଯୁସଂଖ୍ଯା ହୋଇଛି ୬।

ଦ୍ବାରକା, ପାଲମ, ବସନ୍ତ ବିହାର, ବସନ୍ତ କୁଞ୍ଜ, ଗୁରୁଗାଓଁ, ଫରିଦାବାଦ, ମାନେସର ଆଦି ଅଞ୍ଚଳରେ ସ୍ଥିତି ଅଧିକ ଘନୀଭୂତ ହୋଇଛି। ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଥିବା ବେଳେ ଅନେକ ଗଛ ଉପୁଡି ପଡିଛି। ବିଦ୍ଯୁତ ସମସ୍ଯା ଜାରି ରହିଥିବା ବେଳେ ଅନେକ ଅଞ୍ଚଳରେ ପାନୀୟ ଜଳ ସମସ୍ଯା ତୀବ୍ର ହୋଇଛି। ରାଜ୍ଯପାଳ ଭିକେ ସକ୍ସେନା ସ୍ଥିତି ସମୀକ୍ଷା କରିଛନ୍ତି। ବହୁ ରାସ୍ତାରେ କାର ବୁଡିଯିବା ଦେଖାଯାଇଛି। ଶହ ଶହ ଯାନବାହନ ରାସ୍ତାରେ ଅଟକି ରହିଛନ୍ତି। ଲକ୍ଷାଧିକ ଲୋକ ଜଳଘେରରେ ରହିଛନ୍ତି।
ସେପଟେ ମହାନଗରୀ ମୁମ୍ବାଇରେ ବି ହୋଇଛି ଜଳବନ୍ଦୀ। ରାସ୍ତାଘାଟରେ ଜମିଛି ପାଣି। ହଜାର ହଜାର ଯାନବାହନ ରାସ୍ତାରେ ଅଟକିଛି। ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଛି।

Latest Posts

Don't Miss