spot_img

Latest Posts

ଆଜି ନିଟ୍‌ ୟୁଜି ମାମଲାରେ ସୁପ୍ରିମକୋର୍ଟରେ ବଡ ଶୁଣାଣି

ନୂଆଦିଲ୍ଲୀ: ନିଟ୍ ବିବାଦ ନେଇ ବିଭିନ୍ନ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ନିଟ୍ ୟୁଜି ଟେଷ୍ଟରେ ଅନିୟମିତତା, ଫଳ ନେଇ ବିବାଦ ନେଇ ଆଗତ ବିଭିନ୍ନ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ଜୁଲାଇ ୪ରେ ଫଳ ପ୍ରକାଶ ପରେ ଏହାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିଲା ଅସନ୍ତୋଷ।

ବିଭିନ୍ନ ମହଲରୁ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ବହୁ ମାମଲା। ଏଥିମଧ୍ୟରୁ ଅଧିକାଂଶ ଯାଚିକା ନିଟ୍‌ ୟୁଜି ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି । କେନ୍ଦ୍ର ସରକାର ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଦାଏର ହଲଫନାମାରେ ନିଟ ୟୁଜି ପରୀକ୍ଷା ରଦ୍ଦକୁ ବିରୋଧ କରିଛନ୍ତି  । କେନ୍ଦ୍ର ସରକାର ଏହି ହଲଫନାମାରେ କହିଛନ୍ତି ପରୀକ୍ଷା ରଦ୍ଦ କାରଣରୁ ଲକ୍ଷାଧିକ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ  ।

ଏପରିକି ୧୫୬୩ ଛାତ୍ରଛାତ୍ରୀଙ୍କୁ ଲସ୍ ଅଫ ଟାଇମ କାରଣରୁ ଦିଆଯାଇଥିବା ଗ୍ରେସମାର୍କ ବିରୋଧରେ ପିଟିସନରେ ଆବେଦନ କରାଯାଇଥିଲା। ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପାର୍ଦ୍ଦିୱାଲ ଓ ଜଷ୍ଟିସ ମନୋଜ ମିଶ୍ର ମାମଲାର  ଶୁଣାଣି କରିବେ।

ପିଟିସନ ଗୁଡିକରେ ପେପର ଲିକ୍ ଅଭିଯୋଗ, ସମ୍ପୂର୍ଣ୍ଣ ଭାବେ ପରୀକ୍ଷା ବାତିଲ, ନ୍ଯାସନାଲ ଟେଷ୍ଟିଂ ଏଜେନ୍ସିର କାର୍ଯ୍ୟକଳାପର ତଦନ୍ତ, ୬ ତାରିଖରେ ହେବାକୁ ଥିବା ନିଟ-ୟୁଜି କାଉନସେଲିଂ ସ୍ଥଗିତ ଆଦି ପ୍ରସଙ୍ଗ ରହିଛି ।

Latest Posts

Don't Miss