spot_img

Latest Posts

ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ମାମଲା। ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅନ୍ତରୀଣ ଜାମିନକୁ ଅଗ୍ରାହ୍ଯ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ସୁପ୍ରିମକୋର୍ଟ ସିବିଆଇର ଉତ୍ତର ଚାହିଁବା ସହ ମାମଲାର ଶୁଣାଣିକୁ ଆସନ୍ତା ଅଗଷ୍ଟ ୨୩ ଯାଏ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟ ଖଣ୍ଡପୀଠ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ ନିକଟରେ କେଜରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି କହିଛନ୍ତି କେଜରିୱାଲଙ୍କୁ ଜାମିନ ନ ମିଳିବା ଦୁର୍ଭାଗ୍ଯଜନକ।

ଗତ ଅଗଷ୍ଟ ୫ରେ କେଜରିୱାଲଙ୍କ ଗିରଫକୁ ଯଥାର୍ଥ ଦର୍ଶାଇଥିଲେ ଦିଲ୍ଲୀ ହାଇକୋର୍ଟ। ଗତ ୨୧ ମାର୍ଚ୍ଚରେ ମଦନୀତି ମାମଲାରେ କେଜରିୱାଲଙ୍କୁ ଇଡି ଗିରଫ କରିଥିଲା। ମେ ୧୦ରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଜୁନ ୨ରେ ସରେଣ୍ଡର କରିଥିଲେ। ପରେ ଜୁନ ୨୦ରେ ରାଉସ ଆଭେନ୍ଯୁ କୋର୍ଟ ଜାମିନ ଦେଇଥିଲେ ବି ହାଇକୋର୍ଟ ତାଙ୍କ ଜାମିନକୁ ରଦ୍ଦ କରିଥିଲେ।

Latest Posts

Don't Miss