spot_img

Latest Posts

ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ ସ୍କାମ: ବଢିଲା ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡୁଆ

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକର ବହୁଚର୍ଚ୍ଚିତ ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ ବା ମୁଡା ସ୍କାମ। ବଢିଲା ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡୁଆ। ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ ଲାଗି ଅନୁମତି ଦେଇଛନ୍ତି କର୍ଣ୍ଣାଟକ ରାଜ୍ଯପାଳ। ମୁଡାରେ ଜମି ଆବଣ୍ଟନ କ୍ଷେତ୍ରରେ ବ୍ଯାପକ ଅନିୟମିତତା ଅଭିଯୋଗ କ୍ରମେ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ ଲାଗି ଅନୁମତି ଦେଇଛନ୍ତି ରାଜ୍ଯପାଳ।

ମହୀଶୂର ନଗର ଉନ୍ନୟନ କର୍ତ୍ତୃପକ୍ଷ ବା ମୁଡାର ନିୟମରେ ରହିଛି ୫୦-୫୦ ସହାୟତା ଯୋଜନା । ବିକାଶମୂଳକ ଯୋଜନାରେ ଯେଉଁମାନେ ଜମି ହରାଇବେ ସେମାନଙ୍କୁ ସେଠାରେ ଏକର ପିଛା ବିକଶିତ ଜମିର ୫୦ ପ୍ରତିଶତ ଜମି ଦିଆଯିବ କିମ୍ବା ତାଙ୍କୁ ବିକଳ୍ପ ସ୍ଥାନରେ ଜାଗା ଯୋଗାଇ ଦିଆଯିବ। ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କ ନାମରେ ମହୀଶୂରର କେସାରେ ଗ୍ରାମରେ ୩ ଏକର ଜମି ରହିଥିଲା। ତେବେ ସେହି ଜମିକୁ ବିକାଶ ଲାଗି ମୁଡା ଅକ୍ତିଆର କରିବା ପରେ ନିୟମ ଅନୁସାରେ ପାର୍ବତୀଙ୍କୁ ମହୀଶୂରର ପ୍ରାଇମ ଲୋକେସନରେ ଜମି ପ୍ରଦାନ କରାଯାଇଥିଲା। କୋଟି କୋଟି ଟଙ୍କା ମୂଲ୍ଯର ଜମିକୁ ପାର୍ବତୀଙ୍କୁ ଟେକିଦିଆଯାଇଥିବା ଅଭିଯୋଗ ହୋଇଥିଲା। ମୁଡାରେ ଏହି ଯୋଜନାରେ ୫ ହଜାର କୋଟି ଟଙ୍କାର ସ୍କାମ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ସିଦ୍ଦରମୈୟା ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଆସିଛନ୍ତି ବିଜେପି ଓ ଜେଡିଏସ।

Latest Posts

Don't Miss