spot_img

Latest Posts

ସ୍କୁଲରେ ଛୁରାମାଡ଼ ପରେ ରାଜସ୍ଥାନର ଏହି ସହରରେ ଦଙ୍ଗା ପରିସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ ଉଦୟପୁରରେ ପୁଣି ଥରେ ଉଗ୍ର ରୂପ ନେଉଛି ସାମ୍ପ୍ରଦାୟିକ ହିଂସା । ଶୁକ୍ରବାର ଦିନ ଏକ ସରକାରୀ ବିଦ୍ୟାଳୟର ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ଦଶମ ଶ୍ରେଣୀର ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ ଛୁରାମାଡ଼ କରିଥିଲେ। ଏହି ଘଟଣା ପରେ ସହରରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଦୃର୍ବୃତ୍ତମାନେ କାରରେ ନିଆଁ ଲଗାଇବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ସହରରେ ୧୪୪ ଧାରା ଲାଗୁ କରିଛି। ସୋସିଆଲ ମିଡିଆରେ କୌଣସି ଗୁଜବ ପ୍ରଚାର ନହେବା ପାଇଁ ଇଣ୍ଟରନେଟ୍ ମଧ୍ୟ ବନ୍ଦ କରାଯାଇଛି। ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଅଭିଯୁକ୍ତ ନାବାଳକ ଛାତ୍ରଙ୍କ ସହ ତାଙ୍କ ପିତାଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣା ଯୋଗୁଁ ହିନ୍ଦୁ ସଂଗଠନ ମଧ୍ୟରେ ପ୍ରବଳ କ୍ରୋଧ ଦେଖିବାକୁ ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୧୫୦୦ ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହାସହ ପରିବେଶକୁ ସୁରକ୍ଷା ଦେବା ପାଇଁ ୧୫ଟି ପୋଲିସ ଷ୍ଟେସନକୁ ମଧ୍ୟ ନିୟୋଜିତ କରାଯାଇଛି।

ସୂଚନାଯୋଗ୍ୟ, ଉଦୟପୁରର ସୁରଜପୋଲ ପୋଲିସ ଷ୍ଟେସନ ଅଞ୍ଚଳର ଭଟ୍ଟିଆନି ଚୌହଟାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା। ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ସ୍କୁଲ କର୍ତ୍ତୁପକ୍ଷ ଆହାତ ଛାତ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ଆହତ ଛାତ୍ରଙ୍କ ମିଛି ମୃତ୍ୟୁ ଖବର ପ୍ରଚାର ହେବା ପରେ ଲୋକମାନେ କ୍ରୋଧିତ ହୋଇଥିଲେ। ଏନେଇ ଉତ୍ତେଜନା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଆହତ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

Latest Posts

Don't Miss