spot_img

Latest Posts

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା : ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ସଂଘ

କୋଲକାତା  : କୋଲକାତା ଆରଜି କର ମେଡିକାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା। ଆଜି ସକାଳ ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ ଡାକରା ଦେଇଥିଲା ଇଣ୍ଡିଆନ ମେଡକାଲ ଆସୋସିଏସନ IMA। ଆନ୍ଦୋଳନ ଅବଧି ଶେଷ ହୋଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି ସଂଘ। ଡାକ୍ତରଙ୍କ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଭାରତୀୟ ଡାକ୍ତର ସଂଘ। ଡାକ୍ତରଙ୍କୁ ବଂଚିବାର ମୌଳିକ ଅଧିକାର ପ୍ରଦାନ କରାଯାଉ ବୋଲି କହିଛି ଡାକ୍ତର ସଂଘ। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ସଂଘ। ଆନ୍ଦୋଳନ ଯୋଗୁଁ ସାରା ଦେଶରେ ରୋଗୀ ସେବା ବ୍ଯାପକ ଭାବେ ପ୍ରଭାବିତ ହୋଇଛି। ପୂରା ୨୪ ଘଣ୍ଟା ଧରି ବନ୍ଦ ରହିଥିଲା ବର୍ହି ବିଭାଗ ରୋଗୀ ସେବା। କେବଳ ଜରୁରୀକାଳୀନ ସେବା ଜାରି ରହିଥିଲା। ସେପଟେ ଜନହିତକର କାର୍ଯ୍ୟ ଲାଗି ଡାକ୍ତର କାର୍ଯ୍ୟକୁ ଫେରନ୍ତୁ ବୋଲି ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର।

ତେବେ ଆନ୍ଦୋଳନକାରୀ ଡାକ୍ତର ସରକାରଙ୍କ ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି। ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣାରେ ସାରା ଦେଶରେ ପ୍ରତିବାଦର ସ୍ଵର ଦେଖିବାକୁ ମିଳିଥିଲା। ହଜାର ହଜାର ଡାକ୍ତର ଆନ୍ଦୋଳନରେ ସାମିଲ ହୋଇଥିଲେ। ଦୋଷୀଙ୍କୁ ଫାଶୀ ଦେବାକୁ ଦାବି କରିଥିଲେ। ଡାକ୍ତରଙ୍କ ସୁରକ୍ଷା ଲାଗି କେନ୍ଦ୍ରୀୟ ପ୍ରୋଟେକସନ୍ ଆକ୍ଟ ଲାଗୁ କରିବାକୁ ଦାବି କରିଛି ଡାକ୍ତର ସଂଘ। ଏବେବି ଡାକ୍ତରଙ୍କ ଉପରେ ଅନେକ ସମୟରେ ଆକ୍ରମଣ ଘଟଣା ସାମନାକୁ ଆସୁଛି । ଏଥିଲାଗି ଡାକ୍ତରଙ୍କ ସୁରକ୍ଷା ଲାଗି ଆଇନ ଆଣିବାକୁ ଦାବି କରିଛି ଡାକ୍ତର ସଂଘ। ଡ଼୍ୟୁଟି ଥିବା ସମୟରେ ଡ଼ାକ୍ତରଙ୍କ ସୁରକ୍ଷା ସହ ଦୁର୍ବ୍ୟବହାର କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାମିଲ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ଆନ୍ଦୋଳନରତ ଡାକ୍ତରଙ୍କ ପକ୍ଷରୁ ଦାବି ହୋଇଛି। ସରକାର ଦାବି ନଶୁଣିଲେ ଡ଼ାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଉହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

Latest Posts

Don't Miss