spot_img

Latest Posts

ଖାଦ୍ୟ ସୁରକ୍ଷା ଯୋଜନାରେ ପୁଣିଥରେ ଲୋକଙ୍କୁ ମିଳିପାରେ ଗହମ !

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପୁଣି ଥରେ ଗହମ ମିଳିପାରେ। ଗହମ ଦେବା ପାଇଁ ନୀତିଗତ ନିଷ୍ପତ୍ତି ନେବାକୁ ସରକାର ବ୍ୟବସ୍ଥା କରୁଥିବା ଯୋଗାଣ ମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଉତ୍ତର ରଖିଛନ୍ତି ସୂର୍ଯ୍ୟବଂଶୀ ସୂରଜ। ଲୋକେ ରୁଟି ଖାଇବାକୁ ପସନ୍ଦ କରୁଥିବାରୁ, ତା ସହିତ ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ଯକୁ ଦେଖି ଏହି ପଦକ୍ଷେପ ନିଆଯାଉଥିବା ସୂର୍ଯ୍ଯବଂଶୀ ସୂରଜ କହିଛନ୍ତି।

ରାସନ କାର୍ଡରେ ଏବେ ୫ କିଲୋଗ୍ରାମ ଚାଉଳ ଓ ଅନ୍ତ୍ୟୋୟ ଯୋଜନାରେ ପ୍ରତି ପରିବାରକୁ ୩୫ କେଜି ଚାଉଳ ମିଳୁଛି। ଓଡ଼ିଶା ଏକ ଚାଉଳ ବଳକା ରାଜ୍ୟ। ଚାଉଳ ପାଇଁ ଅନ୍ୟ ରାଜ୍ଯ ଉପରେ ଓଡ଼ିଶା ନିର୍ଭରଶୀଳ ନୁହେଁ। ୨୦୨୨ ଜୁନରୁ ଗହମ ଆଉ ମିଳୁନି କେବଳ ଚାଉଳ ମିଳୁଛି।

ସେପଟେ ଆଜି ସ୍ବାଭାବିକ ଭାବେ ବିଧାନସଭା ଚାଲୁଛି। ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର ସୁରୁଖୁରୁରେ ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗରେ ପବନରୁ ବିଜୁଳି ଉତ୍ପାଦନର ଏକ ପ୍ରକଳ୍ପ କରାଯାଉଛି। ଏଠାରେ ପ୍ରାୟ ୫୦ ମେଗାୱାଟ ବିଜୁଳି ବାହାରିବ। ସେହିପରି ଚାଷୀଙ୍କୁ ସବସିଡିରେ ଯନ୍ତ୍ରପାତି ପ୍ରଦାନ, ଚାଷୀଙ୍କୁ ସୁଚନା ପ୍ରଦାନର ପ୍ରଶ୍ନୋତ୍ତର ହୋଇଛି।

Latest Posts

Don't Miss