spot_img

Latest Posts

ସେବା, ସଂଗ୍ରାମ ଓ ସଚେତନତା ବିଜେଡିର ଆଦର୍ଶ : ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ବିଜେଡିର ଆଦର୍ଶ ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତା। ଯୁବକ ହେଉଛି ବିଜେଡିର ଶକ୍ତି । ବିଜୁ ଯୁବ ଜନତା ଦଳର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକରେ ମତ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିସିଜେଡିର ପ୍ରରିଶ୍ରମ ଯୋଗୁ ଆଜି ବିଜେଡି ଏକ ସାମଜିକ ଅନ୍ଦୋଳନରେ ପରିଣତ ହୋଇପାରିଛି । ଲୋକଙ୍କ ସେବା କରିବା, ଆମ ମାତୃଭୂମିର ସେବା କରିବା ଏବଂ ମାନବିକତାର ସେବା କରିବା ପାଇଁ ରାଜନୀତିକୁ ଏକ ମାଧ୍ୟମ ଭାବରେ ନବୀନ ଦେଖୁଥିବା କହିଛନ୍ତି । ଗତ ନିର୍ବାଚନ ରେ ବିଜେଡି ସର୍ବାଧିକ ୪୧.୨ % ଭୋଟ ପାଇଥିଲା। ସଂପୂର୍ଣ୍ଣ ସଂଖ୍ୟକ ଭୋଟ୍ ଦୃଷ୍ଟିରୁ ବିଜେଡି ଅନ୍ୟମାନଙ୍କଠାରୁ ଆଗରେ ରହିଛି । ଓଡିଶାବାସୀଙ୍କ ସ୍ନେହ ଏବଂ ଭଲପାଇବା ଆମର ସବୁଠାରୁ ବଡ ଶକ୍ତି ବୋଲି କହିଛନ୍ତି ନବୀନ । ବିଜୁବାବୁଙ୍କର ଯୁବ ଶକ୍ତି ଉପରେ ବହୁତ ଭରସା ଥିଲା।

ଏବେବି ଯୁବ ବନ୍ଧୁ ମାନଙ୍କ ଦକ୍ଷତା ଉପରେ ପୁରା ବିଶ୍ୱାସ ଅଚ୍ଛି । ଯୁବ ସାଙ୍ଗଠନିକ କାର୍ଯ୍ୟକମ୍ରକୁ ଆହୁରି ଆଗକୁ ନେବାକୁ ପରାମର୍ଶ ଦେଇଛନ୍ତି ନବୀନ ।  ଯୁବ ଶସକ୍ତିକରଣ ଉପରେ ସଦାବେଳେ ବିଜେଡି ଧ୍ୟାନ ଦେଇ ଆସିଛି । ଶିକ୍ଷିତ ସମାଜ ଗଠନ କରି ଯୁବକଙ୍କୁ ବିଶ୍ବରେ ପରିଚିତ କରାଇବା ଆମ ଲକ୍ଷ୍ୟ ରହିଛି  । କ୍ରିଡା କ୍ଷେତ୍ରରେ ଆଜି ଓଡ଼ିଶା ଆନ୍ତର୍ଜାତୀୟ ସ୍ତରରେ ନାଁ କରିପାରିଛି । ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଯୁବକ ମାନେ ଆଜି ସୁନାମ ଅର୍ଜନ କରୁଛନ୍ତି । ଏ ଧାରାକୁ ଜାରି ରଖାଯିବା ଆବଶ୍ୟକ ବୋଲି କହିଛନ୍ତି ନବୀନ।

ସେପଟେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନବୀନ। କିଛି ଲୋକ ବର୍ତ୍ତମାନ ସେମାନଙ୍କର ଚିନ୍ତାଧାରାକୁ ଅନ୍ୟମାନଙ୍କ ଉପରେ ଲଗାଇବାକୁ ଚେଷ୍ଟା କରୁଛନ୍ତି  । ଯାହା ଏକ ଗଣତାନ୍ତ୍ରିକ ସମାଜରେ ଆଦୌ ଗ୍ରହଣୀୟ ନୁହେଁ ।  ଏପରିକି ଆମର ମହାପୁରୁଷ ମାନଙ୍କୁ  ବି ନିନ୍ଦା କରୁଛନ୍ତି । ଏହା କଣ ଓଡିଆ ଆସ୍ମିତା କି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ମହାପୁରୁଷଙ୍କ ବଳିଦାନ ପ୍ରତି ଏହା ଆମର ସମ୍ମାନ କି ବୋଲି ପ୍ରଶ୍ନ କରିଛନ୍ତି । ବଡ ପାଟିରେ କହିଲେ ମିଛ ସତ ହୁଏ ନାହିଁ.ତିନି ମାସ ହୋଇଗଲା ଏବେ ଆଇ ମାଆ ଗପ ଛାଡି ସରକାର କାମ କରି ଦେଖାନ୍ତୁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିଭଳି ମହାନଦୀ,ପୋଲାଭରମ ଭଳି ପ୍ରସଙ୍ଗ ସହ ରାଜ୍ୟରେ ଦରଦାମ ବୃଦ୍ଧି ଏବଂ ବିରୋଜଗାରକୁ ମଧ୍ୟ ମୁଦା କରି ଯୁବକ ମାନେ ଲଢେଇ କରିବାକୁ ନବୀନ କହିଛନ୍ତି।

ରାଜ୍ୟରେ ଡବଲ ଇଂଜିନ ସରକାର ଚାଲିଛି। କିନ୍ତୁ ଦୁଃଖର କଥା ଶିକ୍ଷା ବଜେଟରେ 500 କୋଟି ଅର୍ଥ କାଟ କରାଯାଇଛି । ସେହିଭଳି 300 ୟୁନିଟ ମାଗଣା ବିଜୁଳି, ବାର୍ଦ୍ଧିକ ଭତା, ସୁଭଦ୍ରା ଯୋଜନା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବାରେ ମଧ୍ୟ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ।  ବିଜେପି ସରକାରର ସମସ୍ତ ପ୍ରତିଶ୍ରୁତି ଏବେ ପ୍ରତାରଣାରେ ପରିଣତ ହୋଇଯାଉଛି। ସେଥିପାଇଁ ଆଗାମୀ ଦିନରେ ବିଜୁ ଯୁବ ଜନତା ଦଳ ରାଜରାସ୍ତାକୁ ଓଲ୍ଲାଇବ ସହ ଆନ୍ଦୋଳନକୁ ମଧ୍ୟ ବ୍ୟାପକ କରିବ ।

Latest Posts

Don't Miss