spot_img

Latest Posts

ସ୍କୁଲ ନିକଟରୁ ଉଦ୍ଧାର ହେଲା ନାବାଳିକାର ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଂଚାୟତ ସରକାରୀ ଉଚ୍ଚବିଦ୍ୟାଳୟ ନିକଟସ୍ଥ ଏକ ଟାୱାର ପାଚେରି ପାର୍ଶ୍ୱରୁ ୧୦ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର।  ନାବାଳିକା ଜଣଙ୍କ ଗତକାଲି  ଦିନ ପ୍ରାୟ ଗୋଟାଏ ସମୟରେ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ । ବହୁ ସମୟ ଧରି ଝିଅ ଘରକୁ ଫେରିନଥିବାରୁ ଘର ଲୋକ ଚିନ୍ତାରେ ପଡ଼ିଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ଝିଅର ସନ୍ଧାନ ପାଇ ନଥିଲେ।  ପରେ ରାତିରେ  ଗ୍ରାମର ଟାୱାର ପାଚେରି ପାର୍ଶ୍ୱରୁ ଝିଅର ମୃତ ଶରୀର ପଡିଥିବା ଦେଖିବାକୁ ପାଇଥିଲେ ।  ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି  ।  ତେନ୍ତୁଳିଖୁଣ୍ଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ଏବଂ ଡ଼ଗ ସ୍କ୍ୱାଡକୁ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି । ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏହାକୁ ନେଇ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।

Latest Posts

Don't Miss