spot_img

Latest Posts

ଆଜିଠୁ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ

ନୂଆଦିଲ୍ଲୀ: ଆଜିଠୁ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ। ବାଂଲାଦେଶ ସହିତ ଦୁଇଟି ଟେଷ୍ଟ ଓ ୩ଟି ଟି-ଟ୍ବେଣ୍ଟି ସିରିଜ ଖେଳିବ ଟିମ୍ ଇଣ୍ଡିଆ। ଆଜି ସକାଳ ସାଢେ ୯ଟାରୁ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଦୀର୍ଘ ୭ ମାସ ପରେ ପୁଣି ଟେଷ୍ଟ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ। କ୍ଯାପଟେନ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ପଡ଼ିଆକୁ ଓହ୍ଲାଇବ ଭାରତ। ଟିମରେ ଯଶସ୍ୱୀ ଜୈସୱାଲ, ଶୁଭମନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ଋଷଭ ପନ୍ତ ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଜସପ୍ରୀତ ବୁମ୍ରା ସ୍ଥାନ ପାଇଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ଏବେ ଏକ ନମ୍ବର ସ୍ଥାନରେ ରହିଛି ଭାରତ। ଏହି ସିରିଜର ଫଳାଫଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲକୁ ପ୍ରଭାବିତ କରିବ । ଯଦି ଭାରତ ବାଂଲାଦେଶ ବିପକ୍ଷରେ କ୍ଲିନ ସୁଇପ କରିବ ତେବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଆଉ ଗୋଟିଏ ପାଦ ଆଗକୁ ବଢିବ । ଗୋଟିଏ ବି ମ୍ୟାଚ ହାରିଲେ ଏକ ନମ୍ବର ସ୍ଥାନରୁ ଖସିଆସିବ ଭାରତ ।

ବାଂଲାଦେଶ ନିକଟରେ ପାକିସ୍ତାନ ଗସ୍ତରେ ୨-୦ରେ ଐତିହାସିକ ଟେଷ୍ଟ ସିରିଜ୍ ବିଜୟ ହାସଲ କରିଥିଲା । ସେ ଦୃଷ୍ଟିରୁ ବାଂଲାଦେଶର ଦୃଢ ମନୋବଳ ରହିଛି । ଟିମ ଇଣ୍ଡିଆ ହେଡ୍ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କ ବାଂଲାଦେଶ ସିରିଜ୍ ହେବ ପ୍ରଥମ ଟେଷ୍ଟ ସିରିଜ୍ । ତେବେ ଭାରତ ଗତ ୧୨ ବର୍ଷରେ ଘରୋଇ ମାଟିରେ ଟେଷ୍ଟ ସିରିଜ୍ ହାରିନାହିଁ।

Latest Posts

Don't Miss