spot_img

Latest Posts

ଭିମସାର ମେଡିକାଲ କଲେଜକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧୧ ଲକ୍ଷ ଫାଇନ୍

ସମ୍ବଲପୁର: ଭିମସାରକୁ ୧୧ ଲକ୍ଷ ଟଙ୍କା ଫାଇନ । ୧୧ଲକ୍ଷ ୨୨ ହଜାର ଟଙ୍କା ଫାଇନ କରିଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ  । ମେଡିକାଲରୁ ବାହାରୁଥିବା ବର୍ଜ୍ଯବସ୍ତୁ ପରିଚାଳନାରେ ଭିମସାର ମାନଦଣ୍ଡ ପୂରଣ କରୁନଥିବାରୁ ଏହି ଫାଇନ କରାଯାଇଥିବା ଜଣାପଡିଛି। ଭିମସାରର ବର୍ଜ୍ଯବସ୍ତୁ ପରିଚାଳନାର ସ୍ଥିତି ପରଖିବା ପାଇଁ ବିଗତ ଦିନରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଟିମ୍ ଭିମସାର ପରିଦର୍ଶନ କରିବା ସମୟରେ ସବୁକିଛି ଠିକ୍ ଠାକ୍ ନଥିବା ଦେଖିବାକୁ ପାଇଥିଲେ  । ଫଳରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ବର୍ଜ୍ଯବସ୍ତୁ ପରିଚାଳନାର ମାନଦଣ୍ଡ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ଵେ ଭିମସାର ତାହା ପୂରଣ ନକରିବାରୁ ୧୧ ଲକ୍ଷ ୨୨ ହଜାର ଟଂକା ଫାଇନ କରାଯାଇଛି ।

Latest Posts

Don't Miss