spot_img

Latest Posts

ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟରେ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା ଶୁଣାଣି ହେବ। ପ୍ରଧାନ ବିଚାରପତି ଜଷ୍ଟିସ ଏସ୍ଏ‌ ବୋବଡେ, ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଶୁଣାଣି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଆକ୍ସନ ଟେକେନ୍‌ ରିପୋର୍ଟ କୋର୍ଟକୁ ପ୍ରଦାନ କରିଛନ୍ତି।

ଗତବର୍ଷ ନଭେମ୍ବର ୪ ତାରିଖ ଦିନ ସୁପ୍ରିମକୋର୍ଟ ନିଜର ଅନ୍ତରୀଣ ରାୟରେ ଯେଉଁ ୨୨ଟି ପ୍ରସ୍ତାବ ଦେଇଥିଲେ ସେଗୁଡିକର କାର୍ଯ୍ୟକାରିତା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି ।

ମନ୍ଦିର ପରିଚାଳନା ନେଇ ପୂର୍ଣ୍ଣକାଳୀନ ପ୍ରଶାସକ, ସେବାୟତଙ୍କ ପିଲାଙ୍କ ପାଇଁ ଗୁରୁକୁଳ ଢାଞ୍ଚାରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ରୋଷଘର ତଥା ଆନନ୍ଦବଜାର ପରିଚ୍ଛନ୍ନତା, ୬୦ହଜାର ଭକ୍ତଙ୍କ ରହିବା ଭଳି ଭକ୍ତ ନିବାସ ପ୍ରତିଷ୍ଠା, ଶ୍ରୀମନ୍ଦିର ଜମିଜମା ରେକର୍ଡର ହିସାବ ପ୍ରଭୂତି ନେଇ କଣ ରିପୋର୍ଟ ଦିଆଯାଇଛି ଓ ଏନେଇ ଖଣ୍ଡପୀଠ କଣ ଶୁଣାଣି କରିବେ ତା ଉପରେ ନଜର ରହିଛି।

Latest Posts

Don't Miss