spot_img

Latest Posts

ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ବ୍ରିକ୍ସ ସମ୍ମିଳନୀରେ ଦେବେ ଯୋଗ

ନନ୍ଦିଘୋଷ ବ୍ୟୁରୋ: ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ରୁଷ ଗସ୍ତ କରିଛନ୍ତି । ସକାଳ ପ୍ରାୟ ୭.୪୦ ସମୟରେ ସେ ଭାରତରୁ ବିମାନ ଯୋଗେ ରୁଷ ଗସ୍ତ କରିଛନ୍ତି । ଦିନ ୧ଟା ମଧ୍ୟରେ ରୁଷିଆରେ ପହଞ୍ଚିବେ।

ରୁଷ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ରୁଷର କାଜାନକୁ ଯାଉଛି। ବ୍ରିକ୍ସ ସମ୍ମିଳନୀ ଭାରତ ପାଇଁ ମହତ୍ବପୂର୍ଣ୍ଣ ଅଟେ ।  ଏବଂ ମୁଁ  ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଉଠାଇବି । ସେଠାରେ ଉପସ୍ଥିତ ଥିବା ବଡ ବଡ ନେତାଙ୍କ ସହ ବ୍ୟାପକ ଆଲୋଚନା କରିବି । କାଜାନରେ ୨୨ରୁ ୨୪ ଯାଏ ୧୬ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଜୁଲାଇ ୨୦୨୪ରେ ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀ ପାଇଁ ମୋର କଜାନ ଗସ୍ତ, ଭାରତ ଏବଂ ରୁଷିଆ ମଧ୍ୟରେ ସ୍ବତନ୍ତ୍ର ତଥା ସୁବିଧାଜନକ ରଣନୀତିକ ଭାଗିଦାରୀକୁ ଆହୁରି ଦୃଢ କରିବ। ମୁଁ ବ୍ରିକ୍ସରେ ଅନ୍ୟ ନେତାମାନଙ୍କୁ ମଧ୍ୟ ଭେଟିବାକୁ ଅପେକ୍ଷା କରିଛ।

ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଭାରତ, ରୁଷ, ଚୀନ୍ ଓ ଦକ୍ଷିଣ ଆଫ୍ରିକାର ଶୀର୍ଷ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ପ୍ରଧାନମୋନ୍ତ୍ରୀ ମୋଦି ରୁଷରେ ପହଞ୍ଚିବେ, ଆସନ୍ତାକାଲି ଅର୍ଥାତ୍ ୨୩ ଅକ୍ଟୋବରରେ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେହିଦିନ ନୂଆଦିଲ୍ଲୀ ଫେରିଆସିବେ।

Latest Posts

Don't Miss