spot_img

Latest Posts

ଖରା ଛୁଟିରେ ଦୁର୍ବଳ ଛାତ୍ରଛାତ୍ରୀ ନେବେ ସ୍ୱତନ୍ତ୍ର କ୍ଲାସ

ଭୁବନେଶ୍ୱର: ଶିକ୍ଷକଙ୍କୁ ମିଳିବନି ଖରା ଛୁଟି । ଏଣିକି ଗ୍ରୀଷ୍ମ ଅବକାଶରେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର କ୍ଲାସ ନେବେ ଶିକ୍ଷକ । ଉଜ୍ଜଳ ଉତ୍ଥାନ ଉତ୍କର୍ଷ ମାଧ୍ୟମରେ ପିଲାଙ୍କୁ ପାଠ ପଢାଇବେ ଶିକ୍ଷକ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଗାମୀ ଗ୍ରୀଷ୍ମଛୁଟିରେ ଶିକ୍ଷକମାନେ ସଂପୂର୍ଣ୍ଣ  ଛୁଟି ନେଇପାରିବେ ନାହିଁ । ଏହି ସମୟରେ ବିଦ୍ୟାଳୟର ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସେମାନେ ପାଠ ପଢ଼ାଇ‌ବେ। ଅଭିଭାବକମାନେ ଚାହିଁ ଥାଆନ୍ତି କି ସେମାନଙ୍କ ପିଲାମାନଙ୍କୁ କିଭଳି ଅଧିକ ଗୁରୁତ୍ବର ସହ ପାଠପଢ଼ାଯାଉ। ତେଣୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।  ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟରେ ମାଟ୍ରିକ୍ ପାସ୍ ହାର କମ୍ ରହୁଛି। ଏହି ସମସ୍ୟା ଦୂର କରିବା ଲାଗି ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ପାଠ ପଢ଼ାଯିବା ଜରୁରୀ ହୋଇପଡ଼ିଛି । ଏହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ବ୍ୟବସ୍ଥା ଆରମ୍ଭ କରାଯାଇଛି।

Latest Posts

Don't Miss