ଚଣ୍ଡିଖୋଲ: ଚଣ୍ଡିଖୋଲ ଶ୍ରୀରାମପୁର ଟୋଲଗେଟ୍ ପାଖରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଜଗତପୁରର ବଳରାମ ବାରିକ ।

ସେ ପାରାଦୀପରେ ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଦୁର୍ବୃତ୍ତମାନେ ତାଙ୍କ ଟ୍ରକ ଚୋରି କରିନେଇଥିବା ବେଳେ ୨ ଦିନ ହେଲା ନିଖୋଜ ଥିଲେ ବଳରାମ ।

ଦୁର୍ବୃତ୍ତମାନେ ହିଁ ବଳରାମଙ୍କୁ ହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି ।

ପୂର୍ବରୁ ଧର୍ମଶାଳା ଥାନାରେ ବଳରାମଙ୍କ ନିଖୋଜ ନେଇ ଅଭିଯୋଗ ହୋଇଥିଲା ।

