spot_img

Latest Posts

ଭିକାରି ରପ୍ତାନୀକୁ ନେଇ ଅଡୁଆରେ ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଭିକାରି ରପ୍ତାନୀକୁ ନେଇ ଅଡୁଆରେ ପାକିସ୍ତାନ। ବିଭିନ୍ନ ଦେଶକୁ ନିଜ ଦେଶର ଭିକାରିମାନଙ୍କୁ ପଠାଇଦେବା ଲାଗି ପାକିସ୍ତାନ ନେଇ ଆସୁଥିବା ପଦକ୍ଷେପକୁ ବିଭିନ୍ନ ରାଷ୍ଟ୍ରରୁ ବିରୋଧ। ବିଶେଷ କରି ସାଉଦିଆରବ ସମେତ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡିକୁ ଭିକାରିମାନଙ୍କୁ ପାକିସ୍ତାନ ରପ୍ତାନୀ କରିଥାଏ। ତେବେ ବିଭିନ୍ନ ରାଷ୍ଟ୍ରର ବିରୋଧ କ୍ରମେ ପାକିସ୍ତାନ ୪ହଜାର ୩ ଶହ ଭିକାରିଙ୍କ ଚାଲାଣ ଉପରେ ରୋକ ଲଗାଇଛି। ସେମାନଙ୍କୁ ଏକ୍ସିଟ କଣ୍ଟ୍ରୋଲ ଲିଷ୍ଟ ବା ଇସିଏଲରେ ସ୍ଥାନୀତ କରିଛି।

ସାଉଦିଆରବ ସରକାର ଭିକାରିଙ୍କୁ ନେଇ ଚେତାବନୀ ଦେବା ପରେ ଏହି ତାଲିକା ଜାରି କରିଛି ପାକିସ୍ତାନ। ଉମରା ଓ ହଜ୍ ପାସର ଅପବ୍ୟବହାର କରି ଭିକାରିମାନେ ସାଉଦିଆରବ ଚାଲିଯାଉଥିବା ସୂଚନା ମିଳିଛି। ସେମାନେ ମକ୍କା, ମଦିନା ଓ ଜିଡାରେ ଭିକ୍ଷାବୃତ୍ତି ଅବଲମ୍ବନ କରିବା ଦେଖାଯାଉଛି। ଭିକାରି ଚାଲାଣ ବନ୍ଦ ହେବ ବୋଲି ସାଉଦିଆରବ ଗୃହବିଭାଗ ଉପମନ୍ତ୍ରୀ ନାସେର ବିନ୍ ଅବୁଲ୍ଲାଜିଜଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପାକିସ୍ତାନ ଗୃହମନ୍ତ୍ରୀ ମହସିନ ରାଜା ନକଭି। ମକ୍କାରେ ଗିରଫ ହେଉଥିବା ପକେଟମାରଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ ବୋଲି ଜଣାଯାଇଛି।

Latest Posts

Don't Miss