spot_img

Latest Posts

ରାଜ୍ୟରେ ବସିବ ୩ ନୂଆ ଡପଲାର ରାଡାର୍

ଭୁବନେଶ୍ୱର :  ରାଜ୍ୟରେ ବସିବ ୩ ନୂଆ ଡପଲାର ରାଡାର୍। ସମ୍ବଲପୁର, ବାଲେଶ୍ଵର ଓ ଭୁବନେଶ୍ୱରରେ ବସିବ ରାଡାର । ଭୁବନେଶ୍ୱର ପାଇଁ ସ୍ଵତନ୍ତ୍ର ରାଡାର ଯାହା କୃତ୍ରିମ ବନ୍ୟା ବା ସହରୀ ବନ୍ୟା ପାଇଁ ସଠିକ୍ ତଥ୍ୟ ଯୋଗାଇବ। ଏହାସହ ଏୟାର କ୍ୱାଲିଟି ନେଇ ସଠିକ୍ ତଥ୍ୟ ଯୋଗାଇଦେବ। ସାରା ଦେଶରେ ୨୦୨୬ ପହିଲା ସୁଦ୍ଧା ୧୨୬ ଟି ରାଡାର ଲାଗିବ। ବର୍ତ୍ତମାନ ୭୩ ଟି ରାଡାର କାମ କରୁଥିବାବେଳେ ନୂଆ ୫୩ଟି ରାଡାର ଲାଗିବ । ସେପଟେ ଅଦିନିଆ ବର୍ଷାକୁ ନେଇ ସତର୍କ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆସନ୍ତାକାଲିଠୁ ରାଜ୍ୟରେ ପୁଣି ହେବ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ୨୪ ଓ ୨୫ରେ ବର୍ଷା ହେବ । ଆବଶ୍ୟକୀୟ ପଦକ୍ଷେପ ନେବା ଲାଗି ଚାଷୀଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ।

Latest Posts

Don't Miss