spot_img

Latest Posts

ଆଜି ଚିକ୍କଡାପଲ୍ଲୀ ଥାନାରେ ହାଜର ହେବେ ପୁଷ୍ପା ଷ୍ଟାର ଅଲୁ ଅର୍ଜୁନ

ହାଇଦ୍ରାବାଦ: ପୁଷ୍ପା-୨ରେ ପ୍ରିମିୟର ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ଯୁ ମାମଲା। ଆଜି ଚିକ୍କଡାପଲ୍ଲୀ ଥାନାରେ ହାଜର ହେବେ ସୁପରଷ୍ଟାର ଅଲୁ ଅର୍ଜୁନ। ହାଜର ହେବା ଲାଗି ନୋଟିସ ଜାରି କରିଛି ହାଇଦ୍ରାବାଦ ପୋଲିସ। ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ଯା ଥିଏଟରରେ ପ୍ରିମିୟର ବେଳେ ଘଟିଥିଲା ଅଘଟଣ। ଏଥିରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ଯୁ ଘଟିଥିବାବେଳେ ତାଙ୍କର କୁନି ପୁଅ ହୋଇଥିଲା ଗୁରୁତର। ହଜାର ହଜାର ପ୍ରଶଂସକ ସୁପରଷ୍ଟାରଙ୍କ ନିକଟକୁ ଚାଲିଆସିବାରୁ ଏହି ଦଳାଚକଟା ଘଟିଥିଲା।

ଏହି ଘଟଣାକୁ ନେଇ ଚିକ୍କଡାପଲ୍ଲୀ ଥାନାରେ ବିଏନଏସର ବିଭିନ୍ନ ଧାରା ଅନୁସାରେ ଅଲୁ ଅର୍ଜୁନ, ସିକ୍ଯୁରିଟି ଟିମ ଓ ସନ୍ଧ୍ଯା ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗତ ଡିସେମ୍ବର ୧୩ରେ ଅଲୁଙ୍କୁ ଗିରଫ କରିଥିଲା ପୋଲିସ। ପରଦିନ ସେ ଜାମିନରେ ଆସିଥିଲେ। ଗତ ୨୨ ତାରିଖରେ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବିରେ ଅଲୁଙ୍କ ଘରେ ଭଙ୍ଗାରୁଜା କରିଥିଲେ ଓସମାନିଆ ବିଶ୍ବବିଦ୍ୟାଳୟ ଛାତ୍ର। ଏହି ଘଟଣାର ୬ ଜଣ ହୋଇଥିଲେ ଗିରଫ

Latest Posts

Don't Miss