spot_img

Latest Posts

ଡ୍ରାଇଭରଙ୍କୁ ପୋଲିସ ଅଟକ ଅଭିଯୋଗରେ ଓମଫେଡ୍ ଡ୍ରାଇଭରଙ୍କ ଆନ୍ଦୋଳନ

କଟକ: ଓମଫେଡ ଡ୍ରାଇଭରଙ୍କୁ ପୋଲିସ ଅଟକ ଅଭିଯୋଗରେ ଅନ୍ୟ ଓମଫେଡ୍ ଡ୍ରାଇଭରଙ୍କ ଆନ୍ଦୋଳନ। କଟକ ବାଙ୍କୀ ନରାଜ ସ୍ଥିତ ଅରିଲୋ ଓମ୍ଫେଡ଼ ପ୍ଲାଣ୍ଟରୁ କ୍ଷୀର ଚୋରି ଅଭିଯୋଗରେ ଗୋଡିସାହି ଫାଣ୍ଡି ପୋଲିସ ଜଣେ ଓମ୍ଫେଡ଼ ଗାଡି ଡ୍ରାଇଭରକୁ ଗିରଫ କରିଛି। ଏହାର ପ୍ରତିବାଦ କରି ନରାଜ ଅରିଲୋ ସ୍ଥିତ ଓମ୍ଫେଡ଼ ପ୍ଲାଣ୍ଟର ଗେଟ ସମ୍ମୁଖରେ ଓମ୍ଫେଡ଼ ଗାଡ଼ିର ଅନ୍ୟ ସାଥି ଡ୍ରାଇଭର ଧାରଣା ଦେଇଛନ୍ତି।

ଓମ୍ଫେଡ଼ ପ୍ଲାଣ୍ଟରୁ ୧୪୦ ଲିଟର କ୍ଷୀର ଚୋରି ହୋଇଥିବା ନେଇ ଗତକାଲି ଗୋଡିସାହି ଫାଣ୍ଡିରେ ଓମ୍ଫେଡ଼ ପକ୍ଷରୁ ଜଣେ କର୍ମଚାରୀ ଓ ସିକୁରୀଟି ଗାର୍ଡ ଅଭିଯୋଗ କରିଥିଲେ। ଏ ନେଇ ୩ ଜଣଙ୍କ ନାମରେ ଅଭିଯୋଗ ହେବା ପରେ ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଡ୍ରାଇଭରକୁ ଗିରଫ କରିଛି। ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇନଥିବାରୁ ଏହାକୁ ନେଇ ପ୍ରତିବାଦ କରିଛନ୍ତି ଅନ୍ୟ ଓମଫେଡ ଡ୍ରାଇଭର।

ପ୍ରତିବାଦ କରି ଅରିଲୋ ପ୍ଲାଣ୍ଟର ସମସ୍ତ ଓମଫେଡ୍ ଡ୍ରାଇଭର କ୍ଷୀର ସପ୍ଲାୟ ବନ୍ଦ କରି ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଉଚିତ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଛି । ଡ୍ରାଇଭରଙ୍କ ଧାରଣା ପାଇଁ କଟକ ଭୁବନେଶ୍ୱର କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି।

Latest Posts

Don't Miss