spot_img

Latest Posts

ଚାଷୀଙ୍କ ଦୁଃଖ ବୁଝିବାକୁ ଗଞ୍ଜାମରେ ନବୀନ

ଗଞ୍ଜାମ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗଜା ଧାନ ଦେଖାଇ କାନ୍ଦି ପକାଇଲେ ଗଂଜାମର ଚାଷୀ। ନିଜ ନିଜର ଦୁର୍ଦ୍ଦଶା କଥା ନବୀନଙ୍କ ଆଗରେ ଗୁହାରୀ କରଛନ୍ତି ସେମାନେ। ଏହି ସମୟରେ ଅନେକ ମହିଳା, ଏପରିକି ପୁରୁଷମାନେ ବି କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ। ଚାଷୀଙ୍କ ସହିତ ଆଲୋଚନା କରିବା ବେଳେ ନବୀନ ପଟ୍ଟନାୟକ କହିଛନ୍ତି, ଅଦିିନିଆ ବର୍ଷାରେ ଚାଷୀଙ୍କ ବ୍ଯାପକ କ୍ଷତି ହୋଇଛି। ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ।

ଅଦିିନିଆ ବର୍ଷାରେ ଗଂଜାମ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଏହାର ଅନୁଧ୍ୟାନ କରିବାକୁ ଆଜି ସେ ଗଂଜାମ ଯାଇଛନ୍ତି। ଶେରଗଡ଼ରେ ପ୍ରଥମେ ପହଞ୍ଚିବା ପରେ ସେ ତାକରଡ଼ା ଅଞ୍ଚଳର ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ପରେ ପରେ ସେ ହିଞ୍ଜିଳି ବ୍ଲକର ପୋଡ଼ିଙ୍ଗି ଯାଇଥିଲେ। ସେଠାରେ ଚାଷୀଙ୍କ ଦୁଃଖ ବୁଝିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାପରେ ଆସ୍କା ବ୍ଲକ ବରଗାଁରେ କ୍ଷତିଗ୍ରସ୍ତ ଚାଷୀଙ୍କ ଅବସ୍ଥା ପଚାରି ବୁଝିଥିଲେ ବିଜେଡି ସୁପ୍ରିମୋ । ଆସିକା ପରେ କବିସୂର୍ଯ୍ୟନଗରରେ ଚାଷୀଙ୍କ ସହ ଆଲୋଚନା କରିଥଲେ।  ଖଲ୍ଲିକୋଟ ବ୍ଲକର ଭରସା ଗାଁରେ ଚାଷୀଙ୍କୁ ଭେଟିଛନ୍ତି ନବୀନ। ବିଲ ମୁଣ୍ଡକୁ ଯାଇ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ହଜାର ହଜାର ସଂଖ୍ୟାରେ ଚାଷୀ ବିରୋଧୀ ଦଳ ନେତା ନବୀନଙ୍କୁ ସେମାନଙ୍କ ଦୁଃଖ ଜଣାଇଛନ୍ତି।

Latest Posts

Don't Miss