spot_img

Latest Posts

ବାଘ ଛାଲ ଡିଲ ବେଳେ ମାଡି ବସିଲା ବନ ବିଭାଗର ସ୍ୱତନ୍ତ୍ର ଟିମ

ନନ୍ଦିଘୋଷ ବ୍ୟୁରୋ: ଦେବଗଡ଼ ବନ ବିଭାଗକୁ ସଫଳତା  । ବାଘ ଛାଲ ଡିଲ ବେଳେ ମାଡି ବସିଲା ବନ ବିଭାଗର ସ୍ୱତନ୍ତ୍ର ଟିମ  । ବାରକୋଟ ଫରେଷ୍ଟ ରେଞ୍ଜ ଠିଆନାଳ ସେକ୍ସନ ଗୋଳାବନ୍ଧ ଗାଁ ନିକଟ ରାଜସ୍ଥାନୀ ଢ଼ାବାରେ ଚାଲିଥିଲା ଡିଲ୍ । ଗୋଟିଏ ବାଘ ଛାଲ, ଦୁଇଟି ବାଇକ ଓ ୫ଟି ମୋବାଇଲ ସମେତ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ରାଜସ୍ଥାନ ଯୋଧପୁର ଲାମ୍ବା ଗ୍ରାମର ଅଶୋକ ବିଷ୍ଣୋଇ, ରାଜସ୍ଥାନ କପର୍ଦା ଥାନାଞ୍ଚଳର ଅଜୟପାଲ ବିଷ୍ଣୋଇ, ବାରକୋଟ ଥାନା ଅନ୍ତର୍ଗତ ରାଜମୁଣ୍ଡା ଗ୍ରାମର ମାନସିଂ ବାରି, ବାରକୋଟ ଥାନାଞ୍ଚଳର ଝରବାହାଲର ରମେଶ ଚନ୍ଦ୍ର ନାଏକ, ଗୁରୁସଙ୍ଗ ଗ୍ରାମର ରାଜେନ୍ଦ୍ର ରଣ, ଠିଆନାଳ ଗ୍ରାମର କର୍ମୁ ନାଏକ ଓ ଅନଗୁଳ ଜିଲ୍ଲା ସାନବାଗଦରି ଗ୍ରାମର ବୀରବର ନାହାକ  । ବନ୍ୟଜନ୍ତୁ ଅଙ୍ଗ ତସ୍କରୀ ମାମଲାରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।.

Latest Posts

Don't Miss