spot_img

Latest Posts

୫ ହଜାର ଲାଞ୍ଚ ମାଗୁଥିଲେ ପୋଲିସ ASI: ଭାଇରାଲ୍ ହେଲା ଭିଡିଓ

ଆରଡି: ପୋଲିସ ASI ୫ହଜାର ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ୍ । କେସ କ୍ଲୋଜ କରିଦେବି, କୋର୍ଟ କଚେରୀ ଯିବାକୁ ପଡ଼ିବ ନାହିଁ, ହେଲେ ମୋତେ ପାଞ୍ଚ ହଜାର ଦେବାକୁ ପଡିବ ବୋଲି କହୁଛନ୍ତି ASI । ଧାମନଗର ଥାନାର ASI ଏଲ.କେ ପଟ୍ଟନାୟକଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇଆରାଲ ହେବାରେ ଲାଗିଛି । ଧାମନଗର ଥାନା ଅନ୍ତର୍ଗତ ବାଘୁଆରି ଗ୍ରାମର ଭବାନୀ ଦାସ ଓ ପ୍ରସାନ୍ତ ବେହେରାଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏନେଇ ଉଭୟଙ୍କୁ ପକ୍ଷରୁ ଥାନାରେ ଏତଲା ହୋଇଥିଲା। ପରେ ଉଭୟଙ୍କ ଭିତରେ ବୁଝା ମଣା ହୋଇ ସମାଧାନ ପରେ ୩ ତାରିଖ ଥାନାରେ ଏକ ବୁଝାମାଣା ପତ୍ର ଦିଆଯାଇଥିଲା। କେସ ନେଇଥିବା ଧାମନଗର ଥାନାର ASI- ଏଲ.କେ ପଟ୍ଟନାୟକ ଏହାର ଫାଇଦା ନେବା ପାଇଁ ପରଦିନ ଗ୍ରାମରକ୍ଷୀଙ୍କୁ ସାଥିରେ ନେଇ ବାଘୁଆରୀ ଗାଁରେ ପହଞ୍ଚିଥିଲେ। ଗୋଟେ ଡାଏରି ଧରି ଗାଁର ଘର ଓ ଜମିବାଡ଼ି କାହାର ଓ କେଉଁ ପଟେ କିଏ ରହୁଛି ପଚାରି ବୁଝିଥିଲେ। ଶେଷରେ ପ୍ରସାନ୍ତ ବେହେରାଙ୍କୁ ୫ହଜାର ଟଙ୍କା ଦେଲେ ତାଙ୍କ ନାମରେ କୌଣସି କେସ ହେବ ନାହିଁ କି ତାଙ୍କୁ କୋର୍ଟ କଚେରୀ ଯିବାକୁ ପଡ଼ିବ ନାହିଁ ବୋଲି ASI କହିଥିବା ଅଭିଯୋଗ ହୋଇଛି, ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଘଟଣାର ତଦନ୍ତ ସହ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

Latest Posts

Don't Miss