spot_img

Latest Posts

ଲସ୍ ଏଞ୍ଜେଲସ୍ ନିଆଁ ନେଲାଣି ୧୬ ଜୀବନ: ପାଉଁଶ ହୋଇଗଲାଣି ୧୨ ହଜାରରୁ ଅଧିକ ଘର

ଲସ୍ ଏଞ୍ଜେଲସ୍: ଲସ୍ ଏଞ୍ଜେଲସ୍ ନିଆଁ ଲିଭିନାର ନାଁ ଧରୁନାହିଁ । ଏହି ନିଆଁରେ ୧୬ ଜଣଙ୍କ ଜୀବନ ଯିବା ସହ ୧୨ ହଜାରରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଗଲାଣି। ଜଙ୍ଗଲ ନିଆଁ ଆଁରେ ପଶିଗଲାଣି ଜନବସତି। ଏହା ଥମିବାର ନାଁ ଧରୁନାହିଁ। ନିଆଁ ସହ ଚାରିଆଡେ ବ୍ୟାପିବାରେ ଲାଗିଛି ଧୂଆଁ। ଲସ୍ ଏଞ୍ଜେଲସରେ ଲାଗିଥିବା ନିଆଁ ବିକରାଳ ରୂପ ଧାରଣ କରି ଜନବସତି ଆଡକୁ ବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ଏହି ନିଆଁରେ ପୋଡି ୧୬ ଜଣଙ୍କ ଜୀବନ ଗଲାଣି। ସେହିପରି ୧୨ ହଜାରରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଗଲାଣି।

ନିଆଁ ଲିଭାଇବା ପାଇଁ ସରକାର ଲାଗି ପଡିଛନ୍ତି। ତଥାପି ନିଆଁ ଆୟତ୍ତ ହେଉନାହିଁ। ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଝାଳ ବୁହା ପରିଶ୍ରମ ମଧ୍ୟ କରୁଛି। କିନ୍ତୁ ପ୍ରବଳ ପବନ ଯୋଗୁ ଏହା ଲିଭିବା ବଦଳରେ ବଢ଼ି ଚାଲିଛି। ପାଣିପାଗ ବିଭାଗର କହିବା ମୁତାବକ, ଆଜି ରାତି ଓ ସୋମବାର ଦିନ ଆହୁରି ଅଧିକ ପବନ ବହିବା ସମ୍ଭାବନା ରହିଛି। ତେଣୁ ନିଆଁ ଆହୁରି ବଢ଼ିବ ବୋଲି ଅଶଙ୍କା କରାଯାଇଛି। ଲସ୍ ଏଞ୍ଜେଲସ୍‌ କାଉଣ୍ଟିର ଚାରି ଅଞ୍ଚଳରେ ନିଆଁ ବ୍ୟାପି ତାଣ୍ଡବ ରଚିଛି। ଏଥିରେ ପେସିଫିକ୍‌ ପେଲିସେଡସ୍‌ ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ପ୍ରାୟ ୧୦୦୦ ଏକର ଯାଏଁ ନିଆଁ ବ୍ୟାପିଛି, ଯେଉଁଥିରେ ହଜାର ହଜର ଘର ଜଳି ପୋଡି ପାଉଁଶ ହୋଇଯାଇଛି। ଫଳରେ ଏଠାର ଲୋକ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଛନ୍ତି।

ଇଟନ୍‌ ଓ ଅନ୍ୟ ଅଞ୍ଚଳର ମଧ୍ୟ ନିଆଁର ପ୍ରକୋପ ଜାରି ରହିଛି। ଲସ୍ ଏଞ୍ଜେଲସ କାଉଣ୍ଟିରେ ୧୦୦,୦୦୦ରୁ ଅଧିକ ବାସିନ୍ଦା ବିସ୍ଥାପିତ ହୋଇଯାଇଛନ୍ତି। ସେହିପରି ନିଆଁ ଲାଗି ଅନେକ ହଲିଉଡ ଷ୍ଟାର୍‌ ମଧ୍ୟ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ବେଶ୍‌ ଦାମୀ ଘରଗୁଡିକ ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଲସ୍ ଏଞ୍ଜେଲସ କାଉଣ୍ଟି ପୁଲିସ ବିଭାଗ କହିଛି ବର୍ତ୍ତମାନ ସୁଦ୍ଧା ନିଆଁରେ ପୋଡି ୧୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୩ ଜଣ ଏବେବି ନିଖୋଜ ଅଛନ୍ତି। ପୀଡିତଙ୍କୁ ଉଦ୍ଧାର କରିବା ପାଇଁ ସନ୍ଦାନୀ କୁକୁର ସ୍କ୍ୱାଡ୍‌ ସହାୟତାରେ ଅଗ୍ନି ପ୍ରଭାବିତ ଅଞ୍ଚଳରେ ଥିବା ଘର ଏବଂ ଅନ୍ୟାନ୍ୟ ଅଟ୍ଟାଳିକାରେ ସର୍ଚ୍ଚ ଅପରେସନ ଚାଲିଛି। ସୂଚନା ମୁତାବକ, କାଲିଫର୍ଣ୍ଣିଆ ଜଙ୍ଗଲରେ ନିଆଁ ଜାନୁଆରୀ ୭ ତାରିଖରେ ଲାଗିଥିଲା, ଯାହା ଏକ ସପ୍ତାହ ପରେ ମଧ୍ୟ ଥମିବାର ନାଁ ଧରୁନି। ନିଆଁ ଲିଭାଇବା ପାଇଁ ଆକାଶ ମାର୍ଗରୁ ପାଣି ସିଞ୍ଜନ ଚାଲିଛି, ତଥାପି ନିଆଁ ଆୟତ୍ତ ହେଉନାହିଁ।

Latest Posts

Don't Miss