spot_img

Latest Posts

ଡଲାର ତୁଳନାରେ ଟଙ୍କା ପୁଣି ଦୁର୍ବଳ; ଜାଣନ୍ତୁ କେତେ କମିଲା

ନନ୍ଦିଘୋଷ ବ୍ୟୁରୋ: ଭାରତର ସେୟାର ମାର୍କେଟରେ ହଲଚଲ୍। ଆଜି ସକାଳୁ ସକାଳୁ ସେନସେକ୍ସ ୮୫୦ ପଏଣ୍ଟରୁ ଅଧିକ ଖସିଥିଲା। ନିଫଟି ଖସିଥିଲା ୨୬୦ ପଏଣ୍ଟରୁ ଅଧିକ। ତା ପରେ ସ୍ଥିତିରେ ଟିକେ ଉନ୍ନତି ଆସିଛି ଏବଂ ମାର୍କେଟ ରିକଭର କରିଛି। ତେବେ ରେକର୍ଡ ନିମ୍ନ ସ୍ତରରେ ପହଞ୍ଚିଛି ଟଙ୍କା । ଡଲାର ତୁଳନାରେ ପୁଣି କମିଲା ଟଙ୍କାର ମୂଲ୍ୟ । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୬ ଟଙ୍କା ୨୭ ପଇସାକୁ ଛୁଇଁଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହୋଇ ପ୍ରତି ୧ ଡଲାରକୁ ଟଙ୍କାର ବିନିମୟ ମୂଲ୍ୟ ରହିଛି ୮୬.୨୭ ।

ଆମେରିକା ସୁଧ ହ୍ରାସକୁ ନେଇ ଅନିଶ୍ଚିତତା ଯୋଗୁଁ ତାର ପ୍ରଭାବରେ ଏପରି ହୋଇଥିବା କୁହାଯାଉଛି । ସେଠାକାର ଡାଟାରେ ଆସିଛି ଉନ୍ନତି । ତେଣୁ ଡେରି ହୋଇପାରେ ସୁଧ ହାର ହ୍ରାସ। ଆଗରୁ କୁହାଯାଉଥିଲା, ସୁଧ ହାର ହ୍ରାସ ହେବ। କିନ୍ତୁ ଜବ୍ ଡାଟାରେ ଉନ୍ନତି ପରେ ଏହାକୁ ନେଇ ଦେଖା ଦେଇଛି ଅନିଶ୍ଚିତତା।ଦେଶର ଅର୍ଥନୀତିକୁ ସୁଧାରିବାରେ ମୋଦୀ ସରକାରଙ୍କର ପ୍ରୟାଶ ଫେଲ୍‌ ମାରୁଛି। ବାରମ୍ବାର ଭାରତୀୟ ଟଙ୍କାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଇବାରେ ଲାଗିଛି।  ଫଳରେ ମୁଦ୍ରାସ୍ଫୀତି ବଢ଼ିବାରେ ଆଶଙ୍କା ଦେଖାଦେଇଛି।

Latest Posts

Don't Miss