ମଣ୍ଡିରୁ ଧାନ ନଉଠିବାରୁ ବଢିଲା ଅସନ୍ତୋଷ: ଟାଙ୍ଗୀ କପିଳାସ ମୁଖ୍ୟ ରାସ୍ତା ଅବରୋଧ

ଟାଙ୍ଗୀ-ଚୌଦ୍ବାର: ରାସ୍ତା ଅବରୋଧ କଲେ ଚାଷୀ। ଗରୁଡ଼ଗାଁ ପଞ୍ଚାୟତ ବିଶିନାହାକାଣି ଛକରେ ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଟାଙ୍ଗୀ କପିଳାସ ମୁଖ୍ୟ ରାସ୍ତାକୁ ଅବରୋଧ ହୋଇଛି। ହଳଦୀ ବସନ୍ତ ସମବାୟ ସମିତି ତରଫରୁ ଧାନ ମଣ୍ଡିରୁ ଠିକ୍ ଧାନ ନଉଠିବାରୁ ପଡ଼ି ରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ । ଶତାଧିକ ଅସନ୍ତୋଷ ଚାଷୀ ଏନେଇ ରାସ୍ତା ଅବରୋଧ କରିଛନ୍ତି। କପିଳାସ ମୁଖ୍ୟରାସ୍ତାରେ ଟାୟାର ଜାଳି ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି।