spot_img

Latest Posts

ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ପର୍ଯ୍ୟଟନସ୍ଥଳୀରେ ଆସୁନି ନେଟଓ୍ବର୍କ

ନନ୍ଦିଘୋଷ ବ୍ୟୁରୋ: ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯେମିତି ପର୍ଯ୍ୟଟକ କୈଣସି ସମସ୍ଯାର ସମ୍ମୁଖୀନ ନହେବେ ସେନେଇ ଅନେକ ବ୍ଯବସ୍ଥା ହୋଇଛି। କିନ୍ତୁ ଗଞ୍ଜାମ ଗଜପତି ସୀମାନ୍ତର କିଛି ସ୍ଥାନରେ ମୋବାଇଲ ନେଟୱର୍କ ସାତ ସପନ ପାଲଟିଛି। ବିଏସଏନଏଲ ନେଟୱାର୍କ ନଥିବାରୁ ବୁଲାବୁଲି ସମୟରେ ନାନା ସମସ୍ଯାର ସମ୍ମୁଖୀନ ହେଉଛନ୍ତି ଲୋକେ।

ଗଞ୍ଜାମ ଗଜପତି ସୀମାନ୍ତର ଏ ହେଉଛି ପ୍ରସିଦ୍ଧ ପର୍ଯ୍ଯଟନସ୍ଥଳ ଉଷ୍ମପ୍ରସବଣ ତପ୍ତପାଣି। ପର୍ଯ୍ଯଟନ ମାନଚିତ୍ରରେ ବେଶ ପ୍ରସିଦ୍ଧିଲାଭ କରିଛି ଏହି ସ୍ଥାନ। ପାହାଡ ଜଙ୍ଗଲ ମଧ୍ଯରେ ଥିବା ଏହି ସ୍ଥାନ ବୁଲିବାକୁ ପର୍ଯ୍ୟଟକଙ୍କ ଶୁଅ ଛୁଟିଥାଏ। ହେଲେ ଏଠାରେ ଦୀର୍ଘ ଦିନ ହେଲା BSNL ନେଟୱର୍କ ସେବା ବନ୍ଦ ହୋଇପଡିଛି। ଟାଓ୍ବାର ଅଛି ହେଲେ ଦିନେ ଚାଲିଲେ ୨୯ ଦିନ ଚାଲୁନି। ମା’ କନ୍ଧୁଣିଦେବୀ ମନ୍ଦିର ସହ ଉଷ୍ମପ୍ରସବଣରେ ଗାଧୋଇବା, ବଣଭୋଜି କରିବା, ହରିଣ ପାର୍କ ବୁଲିବା ସହ ଏହି ରାସ୍ତା ଦେଇ ଜିରାଙ୍ଗ ଠାରେ ଥିବା ବୁଦ୍ଧଙ୍କ ମନ୍ଦିର ଯାଇଥାନ୍ତି ହଜାର ହଜାର ପର୍ଯ୍ୟଟକ । ଅନ୍ୟପଟେ ଡିଜିଟାଲ ଯୁଗରେ ପାଠପଢ଼ା ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ପ୍ରକାର କାର୍ଯ୍ୟ ଅନଲାଇନ ମାଧ୍ୟମରେ ଚାଲୁଥିବା ବେଳେ BSNLର ମନମୁଖୀ ସେବାକୁ ନେଇ ତପ୍ତପାଣି ସମେତ ଆଖପାଖର ବହୁଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପଟେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ହେଉଛି ଘାଟି ଅଞ୍ଚଳ। ରାୟଗଡା, ଗୁଣପୁରର ସମସ୍ତ ବସ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି। ଅନେକ ସମୟରେ ଏଥିପାଇଁ ବଡ ବଡ ଦୁର୍ଘଟଣା ହୋଇଥାଏ। ଆମ୍ବୁଲାନ୍ସ କିମ୍ବା ପୋଲିସକୁ ଖବର ଦେବାକୁ ହେଲେ ଘାଟି ଠାରୁ ପାଖାପାଖି ୫ କିଲୋମିଟର ଦୂରକୁ ଗଲେ ମୋବାଇଲ ଟାୱାର ମିଳେ। ମୋବାଇଲ ନେଟୱାର୍କ ନଥିବାରୁ ଅନଲାଇନ ପେମେଣ୍ଟ ସମୟରେ ମଧ୍ଯ ନାନା ସମସ୍ଯା ହୋଇଥାଏ।

 

Latest Posts

Don't Miss