spot_img

Latest Posts

ଛାତରୁ ଠେଲିଦେଲା ମାଙ୍କଡ, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରୀର ଜୀବନ

ନନ୍ଦିଘୋଷ ବ୍ୟୁରୋ: ଛାତରୁ ଠେଲିଦେଲା ମାଙ୍କଡ। ଚାଲିଗଲା ଦଶମ ଶ୍ରେଣୀ ଛାତ୍ରୀର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବିହାର ସିଓ୍ବାନ ଜିଲ୍ଲାରେ। ଶନିବାର ଅପରାହ୍ନରେ ଭଗବାନପୁର ଥାନ ଅଧୀନ ମାଗର ଗ୍ରାମରେ ଏହି ଅଘଟଣ ଘଟିଛି। ମୃତ ଛାତ୍ରୀଙ୍କ ନାମ ପ୍ରିୟା । ପ୍ରିୟା ଛାତ ଉପରେ ପଢୁଥିବା ବେଳେ ଏଭଳି ଅଘଟଣ ଘଟିଛି। ଛାତ ଉପରେ ଏକ ମାଙ୍କଡ ଦଳ ଆସି ତାଙ୍କୁ ହଇରାଣ କରିବାକୁ ଲାଗିଲେ। ଯେତବେଳେ ଗ୍ରାମବାସୀମାନେ ହୋହଲା କରିଥିଲେ ସେତବେଳେ ପ୍ରିୟା ପାହାଚ ଆଡକୁ ଦୌଡିଥିଲେ। ଏହାରି ଭିତରେ ଏକ ମାଙ୍କଡ ପ୍ରିୟାଙ୍କ ଉପରକୁ ଡିଆଁ ମାରି ତାଙ୍କୁ ଧକ୍କା ଦେଇଥିଲା। ଯାହାଦ୍ବାରା କି ପ୍ରିୟା ଛାତରୁ ତଳକୁ ଖସିପଡିଥିଲେ। ତାଙ୍କ ମୁଣ୍ଡ ଓ ଶରୀରର ଅନ୍ୟାନ୍ୟ ଅଂଶରେ ଗୁରୁତର ଆଘାତ ଲାଗିବ ସହ ସେ ଗୁରୁତର ହୋଇପଡିଥିଲେ। ସଙ୍ଗେସଙ୍ଗେ ତାଙ୍କ ପରିବାର ପ୍ରିୟାଙ୍କୁ ସିଓ୍ବାନ ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Latest Posts

Don't Miss