spot_img

Latest Posts

ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳାଇଛି ଅଜଣା ରୋଗ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳାଇଛି ଅଜଣା ରୋଗ। ବର୍ତ୍ତମାନ ସୁଦ୍ଧା ଗୋଟିଏ ଗାଁର ୧୭ ଜଣ ଲୋକଙ୍କ ଏହି ରୋଗରେ ମୃତ୍ୟୁ ହୋଇଥିବା ଜଣାପଡିଛି। ରଜୌରି ଜିଲ୍ଲା ଅନ୍ତର୍ଗତ ବଢାଲ ଗାଁରେ ଗତ ଡିସେମ୍ବର ମାସରୁ ଲୋକଙ୍କ ମୃତ୍ୟୁ ଜାରି ରହିଛି। ଅଜଣା ରୋଗକୁ ସ୍ଵାସ୍ଥ୍ୟ ଏମର୍ଜେନି ଜାରି କରିଛନ୍ତି ସେଠାକାର ସରକାର। ଅଂଚଳର ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କ ଛୁଟି ବାତିଲ କରି ଦେଇଛି ଜିଲ୍ଲା ପ୍ରଶାସନ। କୌଣସି ରୋଗରେ ପଡ଼ି ଅସୁସ୍ଥତାରୁ ଲୋକଙ୍କ ମୃତ୍ୟୁ ଘଟୁଛି। ଜାନୁଆରୀ ୧୨ ତାରିଖ ପରଠାରୁ ଗାଁରେ ୮ ଜଣଙ୍କ ମୃତ୍ୟୁ ଘଟିଲାଣି। ପୂର୍ବରୁ ବାକି ୯ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟତଃ ୩ ପରିବାରର ୧୭ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ମୃତକଙ୍କ ପ୍ରାୟ ୨ଶହ  ସମ୍ପର୍କୀୟଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଛି। ଗାଁର ଅନ୍ୟ କିଛି ଲୋକଙ୍କୁ ମଧ୍ୟ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଲୋକଙ୍କ ମୃତ୍ୟୁ ଘଟୁଛି ଏହାର କାରଣ ଖୋଜୁଛି ପ୍ରଶାସନ। ବଢାଲ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଲୋକଙ୍କ ଏକାଠି ହେବା ଉପରେ କଟକଣା ଲଗାଯାଇଛି। ରଜୌରି ହସ୍ପିଟାଲରେ ପ୍ରଶାସନ ପକ୍ଷରୁ ଆଉ ୧୦ ଡାକ୍ତର ଛାତ୍ରଙ୍କୁ ନିୟୋଜିତ କରାଯାଇଛି। ମୃତ ୧୭ ଜଣଙ୍କ ମଧ୍ୟରେ ୪ ଜଣ ବୟସ୍କ ଥିବାବେଳେ ୧୩ ଜଣ ଶିଶୁ ରହିଛନ୍ତି। ମୃତକଙ୍କ ଘରେ କିଛି ବିଷାକ୍ତ ପଦାର୍ଥ ମିଳିବା ପରେ ଏହାକୁ ନେଇ ୧୧ ଜଣିଆ ଏସଆଇଟି ଗଠନ କରାଯାଇଛି। ପ୍ରକୃତରେ କୌଣସି ଅଜଣା ରୋଗରେ ଲୋକଙ୍କ ମୃତ୍ୟୁ ଘଟିଛି ନା ଏହା ପଛରେ ଅପରାଧିକ ଷଡ଼ଯନ୍ତ୍ର ରହିଛି ଏହାର ତନାଘନା ଆରମ୍ଭ କରିଛି ପ୍ରଶାସନ। ବର୍ତ୍ତମାନ ସୁଦ୍ଧା ୫୦ ଜଣଙ୍କୁ ଏ ସମ୍ପର୍କ ନେଇ ପଚରାଉଚରା କରାଯାଇଛି।

Latest Posts

Don't Miss