spot_img

Latest Posts

ରତନ ଟାଟାଙ୍କ ୧୫ ହଜାର କୋଟି ସମ୍ପତ୍ତିକୁ ନେଇ ବିବାଦ

ନନ୍ଦିଘୋଷ ବ୍ୟୁରୋ : ଦିବଙ୍ଗତ ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ୧୫ ହଜାର କୋଟି ସମ୍ପତ୍ତିକୁ ନେଇ ବିବାଦ । ଏହି ସମ୍ପତ୍ତି ଉପରେ କାହାର ଅଧିକାର ରହିବ ସେନେଇ ବିବାଦ ମୁଣ୍ଡ ଟେକିଛି । ରତନ ଟାଟା ଏଣ୍ଡାଉମେଣ୍ଟ ଫାଉଣ୍ଡେସନ (RTEF)ର ଟ୍ରଷ୍ଟି ନିଯୁକ୍ତି ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଅଭାବରୁ ଅନିଶ୍ଚିତତା ଜାରି ରହିଛି। ହିତାଧିକାରୀମାନେ ଏହି ମାମଲାରେ ମଧ୍ୟସ୍ଥି କରିବା ପାଇଁ ସୁପ୍ରିମକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ସହଯୋଗ ନିଆଯିବ । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଚାର କରାଯିବ । ପୂର୍ବତନ ବିଚାରପତି ଏହା ମଧ୍ୟ ନିଷ୍ପତ୍ତି ନେବେ ଯେ ଟାଟା ଗ୍ରୃପର ସମସ୍ତ କାର୍ଯ୍ୟକାରୀ କାହା ହାତକୁ ଦିଆଯିବ । ତାଙ୍କ ପରିବାର କିମ୍ବା ଟାଟା ଟ୍ରଷ୍ଟର ସଦସ୍ୟଙ୍କୁ । RTEF ଏକ ପରଉପକାରୀ ସଂସ୍ଥା ଅଟେ । ଏବଂ ଟାଟାର ୧୫ ହଜାର କୋଟି ଟଙ୍କାର ସମ୍ପତ୍ତିର ଏକ ପ୍ରମୁଖ ଅଂଶ ଏଥିରେ ରହିଛି ।

 ରତନ ଟାଟା ୨୦୨୨ ମସିହାରେ ଦୁଇଟି ସଂଗଠନ ପ୍ରତିଷ୍ଠା କରିଥିଲେ। ରତନ ଟାଟା ଏଣ୍ଡାଉମେଣ୍ଟ ଫାଉଣ୍ଡେସନ୍ (RTEF) ଏବଂ ରତନ ଟାଟା ଏଣ୍ଡାଉମେଣ୍ଟ ଟ୍ରଷ୍ଟ। ଏହି ଦୁଇଟି ଅନୁଷ୍ଠାନ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି । ଏହି ୨ ଟି ସଂସ୍ଥାର ଉଦ୍ଦେଶ୍ୟ ହେଉଛି ପରଉପକାର କରିବା । RTEF କମ୍ପାନୀ ଆଇନ ୨୦୧୩ ର ଧାରା ୮ ଅନୁଯାୟୀ ପଞ୍ଜିକୃତ ଏବଂ ଟାଟା ସନ୍ସ, ଟାଟା ଡିଜିଟାଲ୍ ଏବଂ ଟାଟା ଟେକ୍ନୋଲୋଜିରେ ମଧ୍ୟ ଏହାର ସାମାନ୍ୟ ଅଂଶ ରହିଛି। ରତନ ଟାଟା ଚାହୁଁଥିଲେ ଯେ ଏହି ଫାଉଣ୍ଡେସନ୍ ଟାଟା ଟ୍ରଷ୍ଟଠାରୁ ସ୍ୱାଧୀନ ରହୁ ଏବଂ ତାଙ୍କ ସମ୍ପତ୍ତିର ଏକ ବଡ଼ ଅଂଶ ସମାଜସେବାରେ ବ୍ୟବହାର କରାଯାଉ।

ସୂଚନା ଅନୁସାରେ ରତନ ଟାଟାଙ୍କ ସମ୍ପତ୍ତିରେ ଅନେକ ଲୋକଙ୍କ ନାଁ ଅଛି । ରତନ ଟାଟା ତାଙ୍କ ସମ୍ପତ୍ତିରେ ଡାରିଅସ୍ ଖାମ୍ବାଟ୍ଟା, ମେହଲି ମିସ୍ତ୍ରୀ ଏବଂ ଶିରିନ୍, ଡିନା ଜୀଜିଭୋୟଙ୍କ ନାମ ରହିଛି । ଏମାନଙ୍କ ନାଁ ରହିଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରୁ କିଏ ଦାୟୀତ୍ୱଭାର ନେବେ ତାହା ସ୍ପଷ୍ଟ ହୋଇନାହିଁ ।

 

 

Latest Posts

Don't Miss