spot_img

Latest Posts

ମୁଁ ଦୋଷୀ .. କାମ ବନ୍ଦ ହୋଇଯିବାରୁ ଭୋ ଭୋ ହୋଇ କାନ୍ଦିଲେ ରଣବୀର, ଭିଡିଓ ଭାଇରାଲ ..

ନନ୍ଦିଘୋଷ ବ୍ୟୁରୋ: ସମୟ ରୈନାଙ୍କ ଶୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍‌ରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ଛନ୍ଦି ହେଇ ପଡିଛନ୍ତି  ୟୁଟ୍ୟୁବର ରଣବୀର ଆଲାହାବାଦିଆ । ତାଙ୍କ ନାଁରେ ଅନେକ ସ୍ଥାନରେ ମାମଲା ରୁଜୁ ହୋଇଛି ଏବଂ ମହାରାଷ୍ଟ୍ର ସାଇବର ପୋଲିସ ଏହି ମାମଲାରେ ଶୋ’ ସହିତ ଜଡିତ କିଛି ଲୋକଙ୍କୁ ପଚରାଉଚରା ମଧ୍ୟ କରିଛି। ଏହି ସମୟରେ, ରଣବୀରଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ କାନ୍ଦୁଥିବାର ଦେଖାଯାଉଛି। ଭିଡିଓରେ, କାମ ବନ୍ଦ ହୋଇଯିବାରୁ ସେ  ବିବ୍ରତ ଥିବା ଦେଖାଯାଉଛନ୍ତି । ଲୋକମାନେ ଏହାକୁ  ବର୍ତ୍ତମାନର ଭିଡିଓ ବୋଲି ଦାବି କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି, କିନ୍ତୁ ବାସ୍ତବରେ ଏହା ବର୍ତ୍ତମାନର ଭିଡିଓ ନୁହଁ ବୋଲି ସ୍ପଷ୍ଯ ହୋଇଛି ।

ଭିଡିଓରେ, ରଣବୀର ଧଳା ଟି-ସାର୍ଟ ପିନ୍ଧି କ୍ୟାମେରା ସାମ୍ନାରେ ବସି କାନ୍ଦୁଥିବାର ଦେଖାଯାଉଛି । ସେ କହୁଛନ୍ତି, “ସବୁ କାମ ବନ୍ଦ ହୋଇଯାଇଥିବାରୁ ମୁଁ ଦୁଃଖିତ । ମୁଁ ନିଜକୁ ଦୋଷୀ ଭଳି ଅନୁଭବ କରୁଛି। ସମ୍ପୂର୍ଣ୍ଣ ଟିମ ଏଥିପାଇଁ ଏକ୍ସପୋଜ ହେଇଗଲା । ମୋ କାରଣରୁ ସମ୍ପୂର୍ଣ୍ଣ କାମ ବନ୍ଦ ହୋଇଗଲା । ମୁଁ ଆଉ ବ୍ଲଗ କରିବାକୁ ଚାହୁଁନାହିଁ। ଯଦି ବ୍ଲଗ ନକରେ, ତେବେ ଭିଡିଓଗୁଡ଼ିକ ଅପଲୋଡ୍ ହେଇପାରିବ ନାହିଁ।”  ତେବେ ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ସମସ୍ତ ଦାବି କରୁଛନ୍ତି ଯେ, ରଣବୀର ନିଜ ମନ୍ତବ୍ୟ ପାଇଁ ଅନୁତାପ କରି କାନ୍ଦୁଛନ୍ତି।

ଭିଡିଓର ସତ୍ୟତା

ପ୍ରକୃତରେ, ଆଲ୍ଲାହାବାଦିଆଙ୍କ କାନ୍ଦିବାର ଏହି ଭିଡିଓଟି ବହୁତ ପୁରୁଣା। ଏହି ଭିଡିଓଟି କରୋନା ମହାମାରୀ ସମୟର। ରଣବୀର ଆଲାହାବାଦିଆ ନିଜେ ଏହି ବ୍ଲଗ ତାଙ୍କ ୟୁଟ୍ୟୁବରେ ସେୟାର କରିଛନ୍ତି। ସେ ତିନି ବର୍ଷ ପୂର୍ବେ କରୋନାର ଦ୍ୱିତୀୟ ଲହରୀ ସମୟରେ ଭିଡିଓଟି ସେୟାର କରିଥିଲେ। ଭିଡିଓ ସେୟାର କରିବା ସମୟରେ ସେ ଲେଖିଛନ୍ତି, “ଏହା କ୍ଲିକବେଟ୍ ନୁହେଁ – କରୋନା ସହିତ ମୋର ଅଭିଜ୍ଞତା, ବ୍ଲଗ ନଂ ୨୪ । ସେହି ସମୟରେ, ରଣବୀରଙ୍କୁ କରୋନା ହୋଇଥିଲା ​​ଏବଂ ଏହି କାରଣରୁ ତାଙ୍କର କାମ ବନ୍ଦ ହୋଇଯାଇଥିଲା। ୟୁଟ୍ୟୁବରେ ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା କି ରଣବୀରଙ୍କ କରୋନା ଟେଷ୍ଟ କରାଯାଇଛି ।  ପରେ ସେ କରୋନା ପଜିଟିଭ ହୋଇଥିବା ଜାଣିବା ପରେ ଭାଙ୍ଗିପଡିଛନ୍ତି । ଏବଂ ବ୍ଲଗରେ କାନ୍ଦୁଛନ୍ତି  ।

ବିବାଦ କ’ଣ?

ପ୍ରକୃତରେ, କିଛି ଦିନ ପୂର୍ବରୁ, ରଣବୀର ଆଲାହାବାଦିଆ ଅନେକ ୟୁଟ୍ୟୁବରଙ୍କ ସହିତ ସମୟ ରୈନାଙ୍କ ଡାର୍କ କମେଡି ଶୋ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’କୁ ଆସିଥିଲେ। ଏଠାରେ ସେ ପିତାମାତାଙ୍କ ଉପରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହା ହଙ୍ଗାମା ସୃଷ୍ଟି କରିଥିଲା। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ସମସ୍ତେ ରଣବୀର ଏବଂ ସମୟଙ୍କ ଶୋ’କୁ ସମାଲୋଚନା କରିବା ଆରମ୍ଭ ହୋଇଥିଲା । ନିଜର ଅସଭ୍ୟ ମନ୍ତବ୍ୟ ପାଇଁ ଅନେକ ସ୍ଥାନରେ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ମହାରାଷ୍ଟ୍ର ସାଇବର ପୋଲିସ ଶୋ’ ସହିତ ଜଡିତ ପ୍ରାୟ ୩୦ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସାଇବର ପୋଲିସ ମଧ୍ୟ ୟୁଟ୍ୟୁବକୁ ଏକ ଚିଠି ଲେଖି ସମୟଙ୍କ ଶୋ’ର ସମସ୍ତ ଆପତ୍ତିଜନକ ଭିଡିଓ ହଟାଇବାକୁ ଏବଂ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛି । YouTube କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ, ସମୟ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ସେମାନେ ସେମାନଙ୍କ ଚ୍ୟାନେଲରୁ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ସମସ୍ତ ଶୋ’କୁ ହଟାଇ ଦେଇଛନ୍ତି ।

Latest Posts

Don't Miss