spot_img

Latest Posts

ଆମେରିକା-ଭାରତ ମଧ୍ୟରେ ‘ଦ୍ୱୈତ ବାଣିଜ୍ୟ’ ଘୋଷଣା : ୨୦୩୦ ସୁଦ୍ଧା ୫୦୦ ବିଲିୟନ ଡଲାର ଲକ୍ଷ୍ୟ ଧାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁରୁବାର ବିଳମ୍ୱତି ରାତିରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦ୍ୱିପାକ୍ଷିକ ଆଲୋଚନା ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଠାରୁ ଆରମ୍ଭ କରି ଟ୍ୟାକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବଂ ଆମେରିକା ୨୦୩୦ ସୁଦ୍ଧା ସେମାନଙ୍କ ବାଣିଜ୍ୟକୁ ଦୁଇଗୁଣିତ କରି ୫୦୦ ବିଲିୟନ ଡଲାର କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାଛଡା ଶକ୍ତି, ପ୍ରତିରକ୍ଷା ସମେତ ଦ୍ୱିପାକ୍ଷିକ ସହଭାଗିତାକୁ ବିସ୍ତାର କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ  । ଆମେରିକାର ସମସ୍ତ ବାଣିଜ୍ୟକ ଅଂଶୀଦାରଙ୍କ ପାଇଁ  ଆମେରିକା ରାଷ୍ଟ୍ରପତି ଏକ ନୂତନ ପାରସ୍ପରିକ ଶୁକ୍ଳ ନୀତି ଘୋଷଣା କରିବାର କିଛି ଘଣ୍ଟା ପରେ ସେ ଆମେରିକୀୟ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଥିଲେ ।

ଟ୍ରମ୍ପ କହିଛନ୍ତି ଯେ, ତାଙ୍କ ସରକାର ଭାରତ ସହ ନିବିଡ଼ ଭାବେ କାମ କରିବ ଏବଂ ଖୁବ୍ ଶୀଘ୍ର କିଛି ବଡ଼  ବାଣିଜିକ ତଥା ଅର୍ଥନୈତିକ ଚୁକ୍ତି ଘୋଷଣା କରିବ । ଏଥିରେ ଆମେରିକାରୁ ତେଲ ଏବଂ ଗ୍ୟାସ୍ କ୍ରୟ ଅନ୍ତର୍ଭୁକ୍ତ ଅଛି । ଦୁଇ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରରେ ୧୨୯.୨ ବିଲିୟନ ଡଲାରରୁ  ୫୦୦ ବିଲିୟନ ଡଲାରକୁ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି ।

ଦ୍ୱିପାକ୍ଷିକ ବାଣିଜ୍ୟକୁ ୫୦୦ବିଲିୟନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ

ବୈଦେଶିକ ସଚିବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ହ୍ୱାଇଟ୍ ହାଉସରେ ୪ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଟ୍ରମ୍ପଙ୍କ ସହ ସାକ୍ଷାତ ସମୟରେ ରଣନୈତିକ ଏବଂ ସୁରକ୍ଷା ସହଯୋଗ, ପ୍ରତିରକ୍ଷା, ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ, ପ୍ରଯୁକ୍ତିବିଦ୍ୟା, ଶକ୍ତି ସୁରକ୍ଷା ଏବଂ ଲୋକ-ଲୋକ ସମ୍ପର୍କ, ଏବଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ବୈଦେଶିକ ସଚିବ କହିଛନ୍ତି, ‘ଦୁଇ ନେତା ମିଳିତ ଭାବରେ ୨୧ ଶତାବ୍ଦୀ ପାଇଁ ଆମେରିକା-ଭାରତ ସହଭାଗୀତା ଆରମ୍ଭ କରିଥିଲେ।’ ଏହି ଚୁକ୍ତିନାମା ସାମରିକ ସହଭାଗୀତାରୁ ବାଣିଜ୍ୟ ଏବଂ ନିବେଶ ପର୍ୟ୍ୟନ୍ତ ସୁଯୋଗକୁ ପ୍ରୋତ୍ସାହିତ କରିବା ଏବଂ ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାକୁ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ। ଉଦାହରଣ ସ୍ୱରୂପ, ଦୁଇ ଶୀର୍ଷାନେତା ମିଶନ ୫୦୦ ଆରମ୍ଭ କରିଥିଲେ, ଯାହାର ଲକ୍ଷ୍ୟ ୨୦୩୦ ସୁଦ୍ଧା ମୋଟ ଦୁଇପାଖ ବାଣିଜ୍ୟକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା। ଉଭୟ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ସେମାନେ ୨୦୨୫ ଶେଷ ସୁଦ୍ଧା ଏକ ପାରସ୍ପରିକ ଲାଭଦାୟକ ବହୁ-କ୍ଷେତ୍ରୀୟ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମାର ପ୍ରଥମ ପର୍ୟ୍ୟାୟ ଆଲୋଚନା କରିବେ।

Latest Posts

Don't Miss