spot_img

Latest Posts

ଛେଳି ଚରାଉଛନ୍ତି ଜାତୀୟ ସ୍ତରରେ ୪୫ ପଦକ ବିଜେତା ଦେବୀ ସିଂ

ନନ୍ଦିଘୋଷ ବ୍ୟୁରୋ: କିଏ ଘରେ ରହି ଛେଳି ଚରାଉଛନ୍ତି ତ କିଏ ଶ୍ରମିକ କାର୍ଯ୍ୟ କରି ପେଟ ପୋଷୁଛନ୍ତି। ଜାତୀୟ ସ୍ତରରେ ୪୫ ପଦକ ବିଜେତା ହେଉଛନ୍ତି ଦେବୀ ସିଂ। ସେ ଛେଳି ଚରାଉଛନ୍ତି। ନିୟମ ଥିଲେ ବି ଆବେଦନ କରିଥିଲେ ବି ତାଙ୍କୁ ଚାକିରୀ ମିଳୁନାହିଁ। ଏଭଳି ବହୁ ଭରୋତ୍ତୋଲକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ନିକଟରେ ଚାକିରୀ ପାଇଁ ନିବେଦନ କରିଛନ୍ତି। ୨୦୧୭ ରୁ ୨୧ ମଧ୍ୟରେ ଭାରୋତ୍ତୋଲକ ମାନେ ଚାକିରୀ ପାଇଛନ୍ତି। କିନ୍ତୁ ୨୦୨୧ ପରଠୁ ୧୩ ଜଣ ମେଡାଲିଷ୍ଟ ଚାକିରୀ ପାଇନାହାନ୍ତି।ସେଥିମଧ୍ୟରୁ ୧୨ ଜଣ ଚାକିରୀ ପାଇଁ ଆବେଦନ କରିଛନ୍ତି।

୨୦୧୫ ରୁ ସରକାରଙ୍କ ଯୋଜନା ଅନୁଯାୟୀ ୨୬ ଟି ଖେଳରେ ଜାତୀୟ ପ୍ରତିଯୋଗିତାରେ ପଦକ ପ୍ରାପ୍ତ ଖେଳାଳିଙ୍କୁ ଓଡିଶା ପୋଲିସରେ ଗ୍ରୁପ ସି ଓ ଗ୍ରୁପ ଡି ରେ ନିଯୁକ୍ତି ବ୍ୟବସ୍ଥା ରହିଛି। ସେଥିରେ ପାୱାର ଲିଫଟିଂ ଅନ୍ୟତମ। ଏପରିକି ୯ ଜଣଙ୍କୁ ପୋଲିସ ଏଡିଜି ଚାକିରି ପାଇଁ ଡକାଇଥିଲେ। ଅଧିକାରୀଙ୍କ ସନ୍ଦେହ ହେବା ଯୋଗୁ ଭେରିଫିକେସନ ପାଇଁ ପଠାଇଥିଲେ। ଯାହାକି ଆଜି ଯାଏ ପେଣ୍ଡିଙ୍ଗ ଅଛି। ରାଜ୍ୟରେ ଅନେକ ଜାତୀୟ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇଛନ୍ତି। ଖେଳର ପ୍ରମୋସନ ପାଇଁ ପୋଲିସର ଗ୍ରୁପ ସି ଓ ଡି ରେ ଚାକିରୀ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା।

କିନ୍ତୁ ଏଭଳି ଜାତୀୟ ସ୍ତରର ଖେଳାଳିଙ୍କୁ ବିନା କାରଣରେ ତିନି ବର୍ଷ ଧରି ଝୁଲାଇ ରଖିବା ଗ୍ରହଣୀୟ ନୁହେଁ । ଖେଳାଳିଙ୍କ ମନୋବଳ ଭାଙ୍ଗି ଗଲାଣି। ପାୱାର ଲିଫଟିଂର କଣ ସମସ୍ୟା ହୋଇଛି ସରକାର ବୁଝନ୍ତୁ ଓ ସମାଧାନ କରନ୍ତୁ। ଏ ନେଇ ହାଇକୋର୍ଟ ଯାଇଛୁ। କେଶ ଏନଲିଷ୍ଟଡ଼ ହୋଇଛି। ଅନ୍ତର୍ଜାତୀୟ ପାୱାର ଲିଫଟିଂ ଫେଡରେସନ ଦ୍ୱାରା ପଞ୍ଜିକୃତ ପିଆଇ ବା ପାୱାରଲିଫଟିଂ ଇଣ୍ଡିଆ। ତେଣୁ ଏହି ଖେଳାଳି ମାନେ ଚାକିରୀ ପାଇବାକୁ ହକଦାର। ତୁରନ୍ତ ଚାକିରୀ ଦେବାକୁ ଦାବି କଲେ ଭରୋତ୍ତୋଳକ। ବାରମ୍ବାର କ୍ରୀଡା ବିଭାଗକୁ ଦୌଡ଼ି ଦୌଡ଼ି କିଛି ଫଳପ୍ରଦ ହୋଇନାହିଁ। ତେଣୁ ଦୁଃଖ ଶୁଣିବାକୁ ନିବେଦନ କରିଛନ୍ତି ମେଡାଲିଷ୍ଟ। ସରକାରଙ୍କ ନିଦ ଭାଙ୍ଗୁ ବୋଲି ଦାବି କରାଯାଇଛି।

Latest Posts

Don't Miss