spot_img

Latest Posts

ଭିଜିଲାନ୍ସ ରେଡ୍‌ ପରେ ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାୟକ

ଭୁବନେଶ୍ୱର: ଗିରଫ ହେଲେ ଭବାନୀପଟାଣାର ପୂର୍ବତନ ବିଧାୟକ ଅନାମ ନାୟକ। କଟକ ନିକଟରୁ ତାଙ୍କୁ ଭିଜିଲାନ୍ସ ଗିରଫ୍‌ କରିଥିବା ସୂଚନା ମିଳିଛି। ଗତ ୧୭ତାରିଖ ଦିନ ତାଙ୍କ ଘରେ ରେଡ୍‌ ମାରିଥିଲା ଭିଜିଲାନ୍ସ। ଜୟପୁର ଭିଜିଲାନ୍ସ ଡିଭିଜନ୍‌ର ବଛା ବଛା ଟିମ୍‌ ଏକକାଳୀନ ୬ଟି ଜାଗାରେ ରେଡ୍‌ କରି ୩କୋଟି ଉର୍ଦ୍ଧ ଆୟବହିର୍ଭତ ସମ୍ପତ୍ତି ଜବତ କରିଥିଲେ।


ଅନାମ ନାୟକ ୨୦୦୪ରେ ସରକାରୀ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ । ପ୍ରଥମେ କଂଗ୍ରେସ୍‌ରେ ଯୋଗ ଦେଇଥିବା ଅନାମ ୨୦୧୪ ନିର୍ବାଚନରେ ବିଜେଡି ଟିକେଟ୍‌ରୁ ହୋଇଥିଲେ ଭବାନୀପାଟଣାର ବିଧାୟକ। ହେଲେ ଲୋକଙ୍କ ସେବା ପରିବର୍ତ୍ତେ ନିଜ ସଂପତ୍ତି ବଢାଇବାରେ ଲାଗି ପଡ଼ିଥିଲେ ଅନାମ। ୨୦୧୬ରେ ଖଣି ଲିଜ୍‌ କରାଇ ଦେବାକୁ କହି ଲାଞ୍ଚ ମାଗୁଥିବା ଅଭିଯୋଗ ଆସିଥିଲା ଏହି ନେତାଙ୍କ ବିରୋଧରେ। ଏହାପରେ ଦଳ ଅନାମଙ୍କୁ ଦୂରେଇ ଦେଇଥିଲା।

Latest Posts

Don't Miss