spot_img

Latest Posts

ଆପାର୍ଟମେଣ୍ଟରୁ ଲୁଟ କରୁଥିବା ବେଳେ ଏନକାଉଣ୍ଟର, ଲୁଟେରାର ଗୋଡ଼ରେ ବାଜିଛି ଗୁଳି

ଭୁବନେଶ୍ବର : ସକାଳୁ ସକାଳୁ ରାଜଧାନୀରେ ଏନକାଉଣ୍ଟର । ଡକାୟତି ଉଦ୍ୟମ ବେଳେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଏନକାଉଣ୍ଟର କରିଛି ପୋଲିସ । ରାଜଧାନୀ ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର ହୋଇଛି । ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ୍ ଅନାରେକୁ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଅର୍ଜୁନ୍ ଲୁଟ୍ ଉଦ୍ୟମ କରୁଥିବାବେଳେ ପୁଲିସ୍ ଏନକାଉଣ୍ଟରର ଶିକାର ହୋଇଛି । ଅର୍ଜୁନର ବାମ ପଟ ଆଣ୍ଠୁରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୪ ଜଣ ଫେରାର ମାରିଛନ୍ତି ।

ଗତ ରାତିରେ ବାଲିଅନ୍ତା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଅର୍ଜୁନ ଓ ତାର ଗ୍ୟାଙ୍ଗ ପୋଲିସ ହାବୁଡ଼ରେ ପଡ଼ିଥିଲେ। ଏମାନେ ଲୁଟ୍ ପାଇଁ ଯୋଜନା କରୁଥିଲେ। ପୋଲିସକୁ ଦେଖି ପଳାଇବାକୁ ଚେଷ୍ଟା କରିବା ପରେ ପୋଲିସ ସେମାନଙ୍କୁ ଗୋଡ଼ାଇଥିଲା। ବାଲିଅନ୍ତା କେନାଲ ବନ୍ଧ ପାଖରେ ପୋଲିସ ଉପରକୁ ସେମାନେ ପ୍ରଥମେ ଗୁଳି ଚଳାଇଥିଲେ। ଗୁଳିର ଜବାବ ଗୁଳିରେ ଦେଇଥିଲା ପୋଲିସ । ଅର୍ଜୁନର ଗୋଡ଼ରେ ଗୁଳି ବାଜିଛି । ତେଣୁ ସେ ତଳେ ପଡ଼ିଯିବା ପରେ ପୋଲିସ ତାକୁ କାବୁ କରିଛି । ତାର ୪ ଜଣ ସହଯୋଗୀ ଫେରାର ହୋଇ ଯାଇଛନ୍ତି । ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Latest Posts

Don't Miss