spot_img

Latest Posts

ଡବଲ ଇଞ୍ଜିନ ସରକାର, ଡବଲ ଦୁଃଖ ଦେଉଛି : ନବୀନ

ନନ୍ଦିଘୋଷ ବ୍ୟୁରୋ: ଫେଲ୍ ମାରିଛି ଡବଲ ଇଞ୍ଜିନ ସରକାର। ଡବଲ ଇଞ୍ଜିନ ସରକାରର ବଜେଟ ବିପରୀତ ଦିଗରେ ଗତି କରୁଛି । କେବଳ ନାଁ  ପରିବର୍ତ୍ତନ କରୁଛି । ଡବଲ ଇଞ୍ଜିନ ସରକାର ଡବଲ ଦୁଃଖ ଦେଉଛି। ବସ୍ତାନି ଭାରୀ, ପାଠ ଘର ଶୂନ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବଜେଟ ଆଲୋଚନାରେ ଭାଗନେଇ ସେ କହିଛନ୍ଚି- ବିଜେଡି ସମୟରେ ଓଡ଼ିଶା ଏକ ଉଚ୍ଚ ଅଭିବୃଦ୍ଧିସମ୍ପନ୍ନ ରାଜ୍ୟ ଥିଲା। ଡବଲ ଇଂଜିନ ସରକାରରେ ଅଭିବୃଦ୍ଧି ହାର ୧୦ରୁ ୮ ପ୍ରତିଶତକୁ ହ୍ରାସ ପାଇଛି। ରାଜ୍ଯର ରାଜସ୍ବ ବଢାଇବାକୁ ସରକାରର କିଛି ବୁଦ୍ଧି ନାହିଁ। ଖୋଲା ମାର୍କେଟ ଋଣ ପରିମାଣ ୪୬ ହଜାର କୋଟି ଟଙ୍କା ହେଲାଣି। ରାଜସ୍ବ ଅଭିବୃଦ୍ଧି ଲାଗି ବିଜେଡିକୁ ବିଜେପି ଧନ୍ଯବାଦ ଦେବା କଥା। ମେଟ୍ରୋ ଟ୍ରେନ ବଜେଟ କମାଯାଇଛି। ମିଶନ ଶକ୍ତି ମାଆ ଆଜି ରାଜରାସ୍ତାରେ। ଲକ୍ଷପତି ଦିଦିଙ୍କ ତାଲିକା ଗତ ବିଧାନସଭାରେ ମାଗିଥିଲି।  ମିଶନ ଶକ୍ତି ଲାଗି ଅନୁଦାନ କମିଛି। ନବୀନ କହିଛନ୍ତି- ଚଳିତ ବଜେଟ ଗତ ବଜେଟ ତୁଳନାରେ ୨ ଲକ୍ଷ ୭୭ ହଜାର କୋଟିରୁ ୨ ଲକ୍ଷ ୯୦ ହଜାର କୋଟିକୁ ବୃଦ୍ଧି ପାଇଛି। ଏଥିରୁ ଜଣାପଡୁଛି ଯେ ରାଜ୍ୟ ସରକାରଙ୍କୁ ବଜେଟ ବାବଦରେ କୌଣସି ଧାରଣା ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତାରେ ଅନୁଦାନ ଆକାରରେ ପାଣ୍ଠି ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ କମିଛି । ଡବଲ ଇଞ୍ଜିନ୍ ସରକାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବଜେଟ କମାଇ ଦେଇଛନ୍ତି । ସ୍କିଲ୍ଡ ଇନ୍ ଓଡିଶା”ର ନାମ ପରିବର୍ତ୍ତନ କରି ସ୍କିଲ୍ଡ ଫର ଦି ୱାର୍ଲ୍ଡ କରିବା ଦ୍ୱାରା ଓଡ଼ିଶାର ଯୁବକ ଯୁବତୀ କିପରି ସାହାଯ୍ୟ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ବିଜେପି ସରକାର ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ହେଲେ ଏହା ଏକ ଧୂଆଁବାଣ ବୋଲି କହିଛନ୍ତି ନବୀନ।

Latest Posts

Don't Miss