spot_img

Latest Posts

ବାହାରିନରେ ଚମକିଲା ଓଡ଼ିଶା: “ବାହାରିନ ଓଡିଆ ସମାଜ”ର ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ ସମ୍ବଲପୁରୀ ନୃତ୍ୟ ସଭିଙ୍କ ମନ ମୋହିଲା

ମାନାମା: ବାହାରିନର ରାଜଧାନୀ ମାନାମା ଠାରେ ଭାରତୀୟ ଦୂତାବାସ ତରଫରୁ “India in Bahrain” ମହୋତ୍ସବର ଆୟୋଜନ କରାଯାଇଥିଲା । ଭାରତୀୟ କଳା ସଂସ୍କୃତି ଓ ବାଣିଜ୍ୟକୁ ଉତ୍ସାହିତ କରିବାକୁ ବାହାରିନରେ ଥିବା ଭାରତୀୟ ଦୂତାବାସ ତରଫରୁ ଏହି ପଦକ୍ଷେପ ନିଆଯାଇଥିଲା । ଏଥିରେ ଭାରତର ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଭାରତୀୟ ଦୂତାବାସର ନିମନ୍ତ୍ରଣ କ୍ରମେ ଯୋଗଦେଇଥିଲେ ୧୯ଟି ଭାରତୀୟ ସଂଗଠନ । ଏହି କାର୍ଯ୍ୟକ୍ରମରେ ବାହାରିନରେ ଅବସ୍ଥିତ “ବାହାରିନ ଓଡ଼ିଆ ସମାଜ”କୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଥିଲା । ଓଡିଆ ସମାଜ “ଓଡିଶାର ଷ୍ଟଲ” କୁ ପ୍ରତିନିଧିତ୍ୱ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।

ସେହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲା “ବାହାରିନ ଓଡିଆ ସମାଜ” ର ପିଲା ମାନଙ୍କ ଦ୍ଵାରା ପ୍ରସ୍ତୁତ ସମ୍ବଲପୁରୀ ନୃତ୍ୟ । ଏହି ନୃତ୍ୟ ପରିବେଷଣ କରିଥିଲେ

ମ୍ରିଆଣି ନାୟକ, ଆରାଧ୍ୟା ଜେନା, ଗୁଞ୍ଜନ ପାଲ, ଆରାଇନା ମହାନ୍ତି, ଆୟୁଷି ଦାଶ ଓ ଶିବାନସି ନାୟକ । ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ଏକ ସୁନ୍ଦର ଓଡିଶା stall ର ପ୍ରବନ୍ଧ ମଧ୍ୟ ହୋଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ହସ୍ତଶିଳ୍ପ, ଆଦିବାସୀ ଉତ୍ପାଦ, ପାରମ୍ପରିକ ବସ୍ତ୍ର ଓ ହସ୍ତତନ୍ତ୍ର ର ପ୍ରଦର୍ଶନ କରାଯାଇଥିଲା। ଏଥିରେ ଭାରତୀୟ ଦୂତାବାସର କାର୍ଯ୍ୟକର୍ତ୍ତା, ସମସ୍ତ ଅତିଥି ବୃନ୍ଦ ଓ ଅନେକ ଅଣଓଡିଆ ଏହିସବୁ ହସ୍ତଶିଳ୍ପ ଦେଖିବାକୁ ଆଗ୍ରହ ପ୍ରକାଶ କରିବା ସହ ଏହାର ଉଚ୍ଚ ପ୍ରଶଂସା କରିଥିଲେ ଯାହା କି ଆମ ଓଡିଶା ପାଇଁ ବହୁତ ଗର୍ବ ଓ ଗୌରବର ବିଷୟ । ବାହାରିନ ଓଡିଆ ସମାଜ ର ଯୁଗ୍ମ ସମ୍ପାଦକ ଶାରଦା ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରିୟଦତ୍ତ ରୟ, କ୍ରୀଡା ସମ୍ପାଦକ ଅମରେଶ ପଣ୍ଡା, ପୂର୍ବତନ ସାଧାରଣ ସମ୍ପାଦକ ସୌମ୍ୟଦର୍ଶି ଦାଶ ଏବଂ ବରିଷ୍ଠ ସଦସ୍ୟ କରୁଣାକର ନାୟକ ଏହି ଷ୍ଟଲର ମୁଖ୍ୟ ଆୟୋଜକ ଥିଲେ।

ବାହାରିନ ଓଡିଆ ସମାଜର ଅନେକ ସଭ୍ୟ ଏକତ୍ରିତ ହୋଇ କାର୍ଯ୍ୟକ୍ରମର ଆନନ୍ଦ ନେବା ସହିତ ପ୍ରତିଯୋଗି ମାନଙ୍କ ମନୋବଳ ବଢାଇଥିଲେ । ଅନେକ ପ୍ରକାର ଓଡ଼ିଆ ଖାଦ୍ୟପେୟ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଲୋକମାନେ ଓଡ଼ିଆ ଖାଦ୍ୟର ଭରପୁର ମଜା ନେଇଥିଲେ। “ବାହାରିନ ଓଡିଆ ସମାଜ”ର ଏହି ଛୋଟ ପ୍ରୟାସ ବିଦେଶ ମାଟିରେ ଓଡ଼ିଆ ର କଳା, ସଂସ୍କୃତି ଓ ପରମ୍ପରା ର ପ୍ରସାର ଓ ପ୍ରଚାର ପାଇଁ ନିଶ୍ଚୟ ସହାୟକ ହେବ ବୋଲି ବାହାରିନ ଓଡିଆ ସମାଜ ର ସମସ୍ତ ସଭ୍ୟମାନଙ୍କର ଆଶା ଓ ବିଶ୍ବାସ । ପରିଶେଷରେ ଓଡ଼ିଆ ସମାଜର ସଭାପତି ପ୍ରଭାକର ପାଢ଼ୀ, ସାଧାରଣ ସମ୍ପାଦକ ଶାନ୍ତନୁ ସେନାପତି , ସାଂସ୍କୃତିକ ସମ୍ପାଦିକା ଅଙ୍କିତା ନାୟକ, ଜନ ସମ୍ପର୍କ ସମ୍ପାଦକ ଅମରନାଥ ସୁବୁଧି , ବରିଷ୍ଠ ସଦସ୍ୟ ବିଷ୍ଣୁ ପ୍ରସାଦ ମହାନ୍ତି, ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥଲେ। ଉଲ୍ଲେଖଯୋଗ୍ୟ ଯେ, ବାହାରିନରେ ଗତ ୧୮ ବର୍ଷ ଧରି “ବାହାରିନ ଓଡ଼ିଆ ସମାଜ” ଓଡ଼ିଆର ସମୃଦ୍ଧ ଶ୍ରୀଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ହସ୍ତତନ୍ତ୍ରର ପ୍ରଚାର ପ୍ରସାର କରିଆସୁଅଛି ।

Latest Posts

Don't Miss