spot_img

Latest Posts

କରଣ କଲେ ବଡ଼ ଖୁଲାସା… କହିଲେ, ‘ବିଗ୍ ବସ’ରୁ ଜିତିଥିବା ୫୦ ଲକ୍ଷ ଟଙ୍କା ପାଇନି

ନନ୍ଦିଘୋଷ ବ୍ୟୁରୋ:  ଟେଲିଭିଜନରେ ଚାଲିଥିବା ଅନେକ ରିଆଲିଟି ଶୋ’ ଭିତରୁ ଦର୍ଶକଙ୍କର ପସନ୍ଦ ଭିତରେ ରହିଛି କଲର୍ସ ଚ୍ୟାନେଲ ରେ ଆସୁଥିବା  ‘ବିଗ ବସ୍’ । ଯାହାର ହୋଷ୍ଟ ନିଜେ ବଲିଉଡ଼୍ ର ସୁପରଷ୍ଟାର ଭାଇଜାନ ସଲମାନ ଖାନ ରହିଛନ୍ତି । ତେବେ ପ୍ରତିବର୍ଷ କିଛି ଜଣ ନୂଆ ନୂଆ ପ୍ରତିଯୋଗୀ ଏହି ଶୋ‘ ରେ ଭାଗ ନେଇଥାନ୍ତି । ନିଜର ମନପସନ୍ଦର ପ୍ରତିଯୋଗୀଙ୍କ ବିଷୟରେ କିଛି ଅଧିକ ଜାଣିବା ପାଇଁ ଦର୍ଶକମାନେ ଏହି ଶୋ’ କୁ ଅପେକ୍ଷା କରିଥାନ୍ତି । ତେବେ ନିକଟରେ ବିଗ ବସ୍  ଭାଗ ୧୮ କୁ ସମାପ୍ତ ହୋଇଛି । ଯେଉଁଥିରେ ୧୮ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟର ମୁକୁଟ ପିନ୍ଧିଥିଲେ ଟେଲିଭିଜନ ଦୁନିବାର ନାମିଦାମି ଅଭିନେତା କରଣ ବୀର ମହେରା । ଏବେ ବିଗ ବସ୍ କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ‘ବିଗ୍ ବସ ୧୮’ ର ବିଜେତା କରଣବୀର ମେହେରା ।ନିକଟରେ କରଣ ଭାରତୀ ସିଂ ଙ୍କ ସହ ଏକ ଫଡ଼କାଷ୍ଟ କରିଥିଲେ ଯେଉଁ ଥିରେ ଭାରତୀ ସିଂ ବିଗ ବସ୍ କୁ ନେଇ ଅନେକ ପ୍ରଶ୍ନ ପଚାରିଥିଲେ । ଏପରି କିଛି ପ୍ରଶ୍ନ ର ଉତ୍ତର ଦେଇ ସେ ଏହି ଗେମ୍ ର କିଛି ଖୁଲାସା କରିଛନ୍ତି ଯାହା କି ଅନେକ ଲୋକଙ୍କୁ ଅଛପା ।

ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ଏହି ଶୋ’ରେ ସେ ତାଙ୍କ ଯାତ୍ରା ବିଷୟରେ କିଛି କହିଥିଲେ ଏବଂ ପୁରସ୍କାର ରାଶି ସମ୍ପର୍କରେ ସଦ୍ୟତମ ଅପଡେଟ୍ ମଧ୍ୟ ଦେଇଥିଲେ। ‘ବିଗ୍ ବସ୍ ୧୮’ ପୂର୍ବରୁ ‘ଖତରୋଁ କେ ଖିଲାଡି ୧୪’ ଜିତିଥିବା କରଣବୀର କହିଛନ୍ତି ଯେ ସେ ରୋହିତ ଶେଟ୍ଟୀଙ୍କ ଦ୍ୱାରା ଆୟୋଜିତ ଶୋ’ ପାଇଁ ପୁରସ୍କାର ରାଶି ପାଇସାରିଛନ୍ତି ଏବଂ ସେ ଜିତିଥିବା କାର ବୁକ୍ କରିଛନ୍ତି। ସେ ଆହୁରି କହିଛନ୍ତି, ‘ଖତରୋଁ କେ ଖିଲାଡି ୧୪ ପାଇଁ ଟଙ୍କା ଆସିଗଲାଣି ଏବଂ କାର ବୁକ୍ ହୋଇଗଲାଣି।’ ମୁଁ ପୂର୍ବରୁ ସମୟ ପାଇ ନଥିଲି, ତେଣୁ ମୁଁ ଏବେ ଏହାକୁ ବୁକ୍ କରିଛି।

କରଣବୀର କହିଥିଲେ,  କଲର୍ସ ସହିତ ‘ଖତରୋଁ କେ ଖିଲାଡ଼ି ୧୪  ମୋର ପ୍ରଥମ ଶୋ’ ଥିଲା। ଏବେ ମୋର ଏହି ଚ୍ୟାନେଲ ଛାଡିବାର କୌଣସି ଇଚ୍ଛା ନାହିଁ। କିନ୍ତୁ ବିଗ୍ ବସ୍ ୧୮ରେ  ଜିତିବାର ରାଶି ୫୦ ଲକ୍ଷ ଟଙ୍କା ଯାହା ଏପର୍ଯ୍ୟନ୍ତ ଆସିନାହିଁ। ୧ମାସ ବିତିଯାଇଥିଲେ ମଧ୍ୟ ମୁଁ ମୋର ଟଙ୍କା ପାଇନି ।

ବିଗ ବସ୍ ଘରେ ୩ ମାସର ଅନୁଭୂତି ବଖାଣି ସେ କହିଛନ୍ତି , ମୁଁ ଜିତିବା ଆଶାରେ ସେଠିକି ଯାଇନଥିଲି । ମୋ ଜୀବନରେ ଘଟିଥିବା ଅତିତକୁ ଭୁଳି କିଛି ନୂଆ ଲୋକଙ୍କୁ ଭେଟି ହସ ଖୁସି ମଜାରେ ରହିବା ପାଇଁ ଚିନ୍ତା କରିଥିଲି । ମୋର ଅନେକ ଭଲ ଭଲ ସାଙ୍ଗ ମଧ୍ୟ ହୋଇଯାଇଛନ୍ତି, ଯେଉଁମାନେ ଦିର୍ଘ ୩ ମାସ ଧରି ମୋର ବହୁତ ଧ୍ୟାନ ମଧ୍ୟ ରଖିଛନ୍ତି । ଏହି ଶାେ’ ମତେ ଅଧିକ ପରିଚିତ କରାଇଛି ବୋଲି କହିଛନ୍ତି କରଣବୀର ମେହେରା ।

 

 

 

 

 

 

 

 

 

Latest Posts

Don't Miss